ଭୁବନେଶ୍ବର: ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟରେ ହେବ ‘ସ୍କୁଲ କ୍ଲବ’ ।
ଆସନ୍ତା ୨୦୨୩-୨୪ ଶିକ୍ଷାବର୍ଷଠାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ରୂପାନ୍ତରିତ ବିଦ୍ୟାଳୟମାନଙ୍କରେ ‘ସ୍କୁଲ କ୍ଲବ୍’ର ପ୍ରଚଳନ କରାଯିବ। ଏହି କ୍ଲବ୍ଗୁଡ଼ିକର ନାମ ଯଥାକ୍ରମେ ସାହିତ୍ୟ ସୃଜନୀ, ଜିଜ୍ଞାସା, କୌଶଳୀ ଏବଂ କ୍ରିଡାଙ୍ଗନ ରଖିବାକୁ ପରାମର୍ଶ ଦିଆଯାଇଛି।
ରାଜ୍ୟର ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟରେ ହେବାକୁ ଯାଉଅଛି ‘ସ୍କୁଲ କ୍ଲବ୍’। ସ୍କୁଲ ଛାତ୍ରଛାତ୍ରୀଙ୍କ ପ୍ରତିଭା ଓ ସାମର୍ଥ୍ୟକୁ ବିକଶିତ କରିବା ଉଦ୍ଦେଶ୍ୟରେ ଆସନ୍ତା ୨୦୨୩-୨୪ ଶିକ୍ଷାବର୍ଷଠାରୁ ଏହା ଆରମ୍ଭ ହେବ । ଏହି କ୍ଲବ ଗୁଡ଼ିକର ନାମ ସାହିତ୍ୟ ସୃଜନୀ, ଜିଜ୍ଞାସା, କୌଶଳୀ ଏବଂ କ୍ରିଡାଙ୍ଗନ ରଖିବାକୁ ପରାମର୍ଶ ଦିଆଯାଇଛି।
ଆସନ୍ତା ୨୦୨୩-୨୪ ଶିକ୍ଷାବର୍ଷଠାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ରୂପାନ୍ତରିତ ବିଦ୍ୟାଳୟମାନଙ୍କରେ ‘ସ୍କୁଲ କ୍ଲବ୍’ର ପ୍ରଚଳନ କରାଯିବ । ଏହି କ୍ଲବ୍ଗୁଡ଼ିକର ନାମ ଯଥାକ୍ରମେ ସାହିତ୍ୟ ସୃଜନୀ, ଜିଜ୍ଞାସା, କୌଶଳୀ ଏବଂ କ୍ରିଡାଙ୍ଗନ ରଖିବାକୁ ପରାମର୍ଶ ଦିଆଯାଇଛି। ଏହି ‘ସ୍କୁଲ କ୍ଲବ୍’ର ପ୍ରଚଳନ ମାଧ୍ୟମରେ ପିଲାମାନେ କେବଳ ଶ୍ରେଣୀଗୃହରେ ସୀମିତ ନ ରହି ନିଜ ଆଗ୍ରହ ଅନୁସାରେ ଭବିଷ୍ୟତ ଯୋଜନା କରିବାକୁ ସୁଯୋଗ ପାଇବେ । ପ୍ରତ୍ୟେକ କ୍ଲବ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିଚାଳିତ ହେବା ସହ ସେମାନଙ୍କ କାର୍ଯ୍ୟକଳାପକୁ ସଂଗଠିତ କରିବା ପାଇଁ ମେଣ୍ଟର ଦାୟିତ୍ୱରେ ରହିବେ ।



