ଆକ୍ସନ ମୂଡ଼ରେ ନାଲକୋ ସୁରକ୍ଷା କର୍ମୀ
ନାଲକୋ ଟାଉନସିପ ରେ କିଛି ଦିନ ପୂର୍ବରୁ ଏକ କ୍ୱାର୍ଟର ରୁ ଚୋରି ହୋଇଥିଲା l ଉକ୍ତ ଘଟଣାରେ ପୋଲିସ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା l ପରବର୍ତ୍ତୀ ସମୟରେ ଡିଜିଏମ ରାଜାରାମ ମିଶ୍ରଙ୍କ ନେତୃତ୍ୱ ରେ ଟାଉନସିପ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଥିଲା l ଏପରିକି ରାତ୍ର ସମୟରେ ଡିଜିଏମ ରାଜାରାମ ମିଶ୍ର ନିଜେ ସରପ୍ରାଇଜ ଚେକିଙ୍ଗ କରୁଥିଲେ lବର୍ତମାନ କିଛି ଦିନ ହେବ ଟାଉନସିପ ଅଞ୍ଚଳରୁ ସାଇକେଲ ଚୋରି ଆରମ୍ଭ ହୋଇଥିଲା l ଯାହାକୁ ନେଇ ଚିନ୍ତିତ ଥିଲେ କରନ ସିଂ ସିକୁରିଟି ଏଜେନସିର ସୁରକ୍ଷା କର୍ମୀ l ସୂଚନା ଅନୁସାରେ ଗତ 23 ତାରିଖ ସକାଳ 07.30 ସମୟରେ କୁଲାଢ଼ ଗ୍ରାମର ସୁଜିତ ସାମଲଙ୍କ ପୁଅ ଶୁଭମ ସାମଲ ଟାଉନସିପ ଷ୍ଟାଡିଅମ ବାହାରେ ନିଜ ସାଇକେଲ ରଖି ଖେଳିବା ପାଇଁ ଯାଇଥିଲେ l ପରେ ଦେଖିବାକୁ ପାଇଲେ ତାଙ୍କର ସାଇକେଲ କିଏ ନେଇଯାଇଛି l ତୁରନ୍ତ ସେମାନେ ଆସି କରନ ସିଙ୍ଗ ସିକୁରିଟି ଏଜେନସି ର କଣ୍ଟ୍ରୋଲ ରୁମରେ ଅଭିଯୋଗ କରିଥିଲେ l
ଅଭିଯୋଗ ପାଇବା ପରେ ସୁରକ୍ଷା କର୍ମୀ ମାନେ ସିସିଟିଭି ଫୁଟେଜରେ ଦେଖିବାକୁ ପାଇଥିଲେ ଚାରି ନମ୍ବର ଗେଟରେ ସାଇକେଲ ବାହାରକୁ ଯାଇଥିବାର ଦୃଶ୍ୟ l
ପରେ ସମସ୍ତ ସୁରକ୍ଷା କର୍ମୀ ମାନଙ୍କୁ ସିକୁରିଟି ସଂସ୍ଥା ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭବାନୀ ଶଙ୍କର ନାୟକ ସତର୍କ କରାଇବା ସହିତ ସାଇକେଲ ଉପରେ ନଜର ରଖିବା ପାଇଁ କହିଥିଲେ lଆଜି ପୂର୍ବାହ୍ନ ଦଶ ଘଟିକା ସମୟରେ ଜିରାଙ୍ଗ ଗ୍ରାମରେ ଭଡାରେ ରହୁଥିବା ଅନନ୍ତ ଦାସ ଙ୍କ ପୁଅ ଶୁଭେନ୍ଦୁ ଦାସ ସାଇକେଲ ଧରି ଚାରି ନମ୍ବର ଗେଟ ପାଖରେ ବୁଲୁ ଥିବାର ଦେଖି ସୁରକ୍ଷା କର୍ମୀ ତୁରନ୍ତ ପେଟ୍ରୋଲିଙ୍ଗ ଟିମକୁ ଖବର ଦେଇଥିଲେ l ପେଟ୍ରୋଲିଙ୍ଗ ଟିମର ଆସିଷ୍ଟାଣ୍ଟ ଆସାଇନମେଣ୍ଟ ମ୍ୟାନେଜର ପ୍ରଭାତ କୁମାର ସାହୁ, ସୁପର ଫାଇଜର ତ୍ରିନାଥ ନାୟକ ଓ ଗାର୍ଡ ସୁଶାନ୍ତ ଦଳେଇ ସାଇକେଲ କୁ ଜବତ କରିବା ସହିତ ଶୁଭେନ୍ଦୁ କୁ କଣ୍ଟ୍ରୋଲ ରୁମକୁ ନେଇ ଆସିଥିଲେ l ଘଟଣା ସମ୍ପର୍କରେ ନାଲକୋ ଆଦର୍ଶ ଥାନା ଅଧିକାରୀ ଡିପି ଲାକ୍ରା ଙ୍କୁ ଅବଗତ କରାଇଥିଲେ l ପୋଲିସ ଶୁଭେନ୍ଦୁ ଦାସକୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ସୁଜିତ ସାମଲଙ୍କୁ ତାଙ୍କର ସାଇକେଲ ହସ୍ତାନ୍ତର କରିଛି l




