(ଜ଼ିଲ୍ଲା କଂଗ୍ରେସ ର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ | 2024ନିର୍ବାଚନ ପାଇଁ ସଜବାଜ )
ଜଗତସିଂହପୁର
ତା =31/3/23
ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ଶାରଦା ମଣ୍ଡପ ଠାରେ ପରିବର୍ଦ୍ଧିତ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଓଡିଶା ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନୀକାନ୍ତ ମହାନ୍ତି ଯୋଗ ଦେଇ କଂଗ୍ରେସକୁ କିଭଳି ଭାବରେ ତୃଣମୂଳ ସ୍ତରରେ ସଂଗଠିତ କରାଯାଇ ଆଗାମୀ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ପଡିବ ସେ ସମ୍ପର୍କ ରେ ଉପସ୍ଥିତ ନେତା ଓ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ଏହି ବୈଠକରେ ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକ, ପିସିସି ସାଧାରଣ ସମ୍ପାଦକ ଇଂ ନଳିନୀକାନ୍ତ ସ୍ବାଇଁ,ପୌରାଧ୍ୟକ୍ଷା ଅର୍ଚନା ସିଂହଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକ ଓ ପୌର ପରିଷଦ ଅଂଚଳରୁ ଦଳୀୟ କର୍ମୀ ଓ ନେତୃବୃନ୍ଦ ଯୋଗ ଦେଇଥିଲେ । ଦଳୀୟ ସାଂଗଠନିକ ସ୍ଥିତି ସୁଧାରିବା, ସରକାରଙ୍କ ବିଫଳତାକୁ ନେଇ ଲୋକଙ୍କ ପାଖକୁ ଯିବା, ବିଭିନ୍ନ ନେତୃବୃନ୍ଦଙ୍କୁ ଦଳର ସାଂଗଠନିକ କାର୍ଯ୍ୟ ବାବଦରେ ଦାୟିତ୍ୱ ପ୍ରଦାନ କରିବା ସହିତ କେନ୍ଦ୍ର ଓ ରାଜ୍ୟରେ ରହିଥିବା ଶାସକ ଦଳର ଅରାଜକତା ସମ୍ପର୍କ ରେ ବୁଥ ସ୍ତରକୁ ଯାଇ ଜନ ଜାଗରଣ ସୃଷ୍ଟି କରିବା ଏହି ବୈଠକର ମୁଖ୍ୟ ଲକ୍ଷ୍ୟ ରହିଥିଲା ବୋଲି ଜିଲ୍ଲାକଂଗ୍ରେସ ସଭାପତି ନଟବର ବାରିକ ମତବ୍ୟକ୍ତ କରିଥିଲେ ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




