ଲୋଡିଙ୍ଗ ଉନଲୋଡିଙ୍ଗ ପାଇଁ ବିବାଦ 


ଟାଙ୍ଗୀ-ଚୈାଦ୍ବାର ବ୍ଲକ୍ ହରିଅନ୍ତା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିଲ୍ଲତେରୁଆଁ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି l ବିଲ୍ଲତେରୁଆଁ ଗ୍ରାମରେ ବେନିୟମ ଭାବେ କୋଇଲା, ଚାରକୋଲ୍ ଲୋଡିଙ୍ଗ୍ ଦ୍ବାରା ବହୁମାତ୍ରାରେ ବାୟୁ ପ୍ରଦୂଷଣ ର ବିରୋଧରେ ଗତ ୦୨ ତାରିଖ ଦିନ ମିର୍ଜା ୟୁଶୁଫ୍ ବେଗ ଏକ ପ୍ରେସ୍ ମିଟ୍ କରିଥିଲେ । ପ୍ରେସ ମିଟ ପରେ ଉତ୍ୟକ୍ତ ହୋଇ କୋଇଲା ଟ୍ରାନ୍ସ ର୍ପୋଟ ର କିର୍ତାନନ୍ଦ ପଣ୍ଡା ଗୁଣ୍ଡା ଲଗାଇ ମିର୍ଜା ୟୁଶୁଫ୍ ବେଗ ଙ୍କୁ ଜିବନରୁ ମାରି ଦେବା ସହିତ ଖଣ୍ଡା ଓ ଚାପଢ ଦ୍ବାରା କସର ଖାଁ, ଇମତିୟାଜ୍ ଖାଁ ଓ ତାଙ୍କ ସାଙ୍ଗ ମାନେ ମିର୍ଜା ୟୁଶୁଫ୍ ବେଗ ଙ୍କୁ ଆକ୍ରମଣ କରିଥିବାର ତାଙ୍କ ମା କହିଛନ୍ତି l ଗ୍ରାମର ଲୋକ ରତାକ୍ତ ଅବସ୍ତାରେ ଉଧ୍ୟାର କରି ପ୍ରଥମେ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ କିନ୍ତୁ ସ୍ୱାସ୍ଥ୍ୟବସ୍ଥା ସଙ୍କଟ ଅବସ୍ତା ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍ କୁ ସ୍ତାନାତରିତ କରାଯାଇ ପରେ ଏକ ଘରୋଇ ହସ୍ପିଟାଲ ରେ ରହିଛି l
ଘଟଣା ସ୍ଥଳ ରେ ତାଙ୍କ ମାଙ୍କ ମୁଣ୍ଡ ଓ ବାପା ଙ୍କ କାନ୍ଧ ରେ ଆଘାତ ଲାଗିଛି l
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ୍।




