(ପୁଣି ସାମ୍ନା କୁ ଆସିଲା ଦଣ୍ଡ ବାବା ଙ୍କ କଳା କାରନାମା | ଜ଼ିଲ୍ଲା ପ୍ରଶାସନ ସବୁଜାଣି ନିରବ କାହିଁକି…? )
ଜଗତସିଂହପୁର
ତା =4/4/23
ବହୁ ଚର୍ଚିତ ଦଣ୍ଡ ବାବା ଏବେ ପୁଣି ବିବାଦ ଘେର ରେ |
ହଁ ଆଜ୍ଞା ଆମେ କହୁଛୁ ଜଗତ୍ସିଂହପୁର ଜିଲ୍ଲା ଅନ୍ତର୍ଗତ ବାଲିକୁଦା ବ୍ଲକ ସଂଗ୍ରାମପୁର ପଞ୍ଚାୟତ ର ଗୋଗଳ ଗ୍ରାମ ର ଦଣ୍ଡ ବାବା ଙ୍କ କଥା |
ଭକ୍ତ ଙ୍କ ଦେହ ରେ ଦଣ୍ଡ ମାରି ଭଲ କରି ଦିଅନ୍ତି ସମସ୍ତ ରୋଗ | ଏହି ବାବା ଙ୍କୁ ଏବେ ଅନେକ୍ ଭକ୍ତ ପ୍ରସଂଶା କରିବା ସହିତ କଡା ସମାଲୋଚନା ମଧ୍ୟ କରିଛନ୍ତି |
ବାବା ଙ୍କ ପାଖକୁ ଆସୁଥିବା ଭକ୍ତ ତାହାର ମନ ବଞ୍ଚାପୂର୍ଣ୍ଣ କରିଥାଏ ବୋଲି ଅନେକ୍ ଲୋକ ଙ୍କ ବିଶ୍ବାସ ରହିଛି | ଏବେ କିନ୍ତୁ ତାର ଠିକ୍ ବିପରୀତ ଦେଖିବାକୁ ମିଳିଛି ଉକ୍ତ ବାବା ଙ୍କ ପାଖରେ. ମହିଳା ଭକ୍ତ ଙ୍କ ଦେହରେ ଦଣ୍ଡ ବଦଳ ରେ ମାରୁଛନ୍ତି ହାତ. | ପେଟ ରେ ହାତ ମାରି କରୁଛନ୍ତି ସମସ୍ତ ପ୍ରକାର ରୋଗ ରୁ ଆରୋଗ୍ୟ | ବାବା ଙ୍କ ପାଖରେ ଅଛି ଦିବ୍ୟ ଶକ୍ତି ଯାହା ବଳ ରେ ମହିଳା ଙ୍କ ଅଜାଗା ରେ ହାତ ମାରି କରୁଛନ୍ତି ଆରୋଗ୍ୟ | ଯାହାକୁ ସହଜ ରେ ବିଶ୍ବାସ କରିପାରୁନାହାନ୍ତି ସାଧାରଣ ଜନତା | କିନ୍ତୁ ବାବା ଙ୍କ ଏଭଳି ଇସାରା କୁ ବିରୋଧ କରିଛନ୍ତି ଅନେକ ଭକ୍ତ |କେବଳ ସେତିକି ନୁହେଁ ଏହି ବାବା ବେଆଇନି ଭାବେ ଗୋଗୁଳ ଗ୍ରାମର ଛ ଏକର ଗୋଚର ଜମିକୁ ଜବର ଦଖଲ କରି ସେଠାରେ ଦୀର୍ଘ ଦିନ ହେବ ହୁକୁମ ଦେଇଆସୁଥିଲେ ମଧ୍ୟ୍ୟ ଜ଼ିଲ୍ଲା ପ୍ରଶାସନ ସବୁଜାଣି ନିରବ ଦ୍ରଷ୍ଟା ସାଜିଛି | ଏ ସମ୍ପର୍କ ରେ ଅଂଚଳବାସୀ ଜ଼ିଲ୍ଲାପାଳ,ତହସିଲଦାର, SP ଙ୍କୁ ଅଭିଯୋଗ କଲେ ମଧ୍ୟ୍ୟ ଜ଼ିଲ୍ଲା ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି | ଅପର ପକ୍ଷରେ କରିତିକର୍ମା ତହସିଲଦାର ବାଲିକୁଦା ଅଞ୍ଚଳ ରେ ସରକାରୀ ଜମିରୁ ଜବର ଦଖଲ ଉଛେଦ କରିବାକୁ ଯାଇ ନିରୀହ ଜନ ସାଧାରଣ ଙ୍କ କୋଠା ଘର ସମ୍ପୂର୍ଣ ଡ୍ରୋଜର ଲଗାଇ ଭାଙ୍ଗି ଥିବା ବେଳେ ଦଣ୍ଡ ବାବା ୬ ଏକର ଗୋଚର ଜମିକୁ ବେଆଇନି ଭାବେ ଜବର ଦଖଲ କରି ହୁକୁମ କରୁଥିବା ସ୍ଥାନ କେବେ ଉଛେଦ ହେବ ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




