ରାଜ୍ୟ ପ୍ରଗତି ରେ ନାରୀମାନଙ୍କ ଭୂମିକାକୁ ନେଇ ବିଜେଡ଼ି ପକ୍ଷରୁ ମହିଳାଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା

ପବିତ୍ର ମାତୃଦିବସ ଅବସରରେ ଚୌଦ୍ୱାର ପୌରପାଳିକା ର ୧୯ ଟା ୱାର୍ଡ ରେ ଥିବା ସ୍ଵଂୟ ସହାୟକ ଗୋଷ୍ଠି ମହିଳା ଏବଂ ବିଜେଡି ନାରୀ ନେତ୍ରୀ ଙ୍କୁ ନେଇ ଏକ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ୩୦ ରୁ ଉର୍ଦ୍ଧ ପ୍ରତିଯୋଗୀ ବକ୍ତୃତା ପ୍ରତିଯୋଗିତା ରେ ଭାଗ ନେଇ ରାଜ୍ୟର ବିକାଶ ରେ ମହିଳାଙ୍କ ଭୂମିକା ଉପରେ ଆଲୋକ ପାତ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଚୌଦ୍ୱାର ର ବିଜୁ ଜନତା ଦଳ ମହିଳା ସଭାନେତ୍ରୀ କବିତା ରାଣୀ ଲେଙ୍କା ପରିଚାଳନା କରିଥିବା ବେଳେ ପୂର୍ବତନ ବିଧ୍ୟାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମାଜ ସେବୀ ତନୁଶ୍ରୀ ବେହେରା, କଟକ ମହିଳା ସଭାପତି ସୌଭାଗିନି ଜେନା, ପ୍ରଧାନ ଶିକ୍ଷୟତ୍ରୀ କାଦମ୍ବିନୀ ମହାନ୍ତି ବିଚାରକ ଭାବେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଭାଗ ନେଇଥିବା ପ୍ରତିଯୋଗୀ ମାନଙ୍କ ବକ୍ତବ୍ୟ ଶୁଣିବା ସହିତ ମୂଲ୍ୟାଅଙ୍କନ କରିଥିଲେ। କୃତିତ୍ୱ ଅର୍ଜନ କରିଥିବା ପ୍ରଥମ ପୁରସ୍କାର ୩ ହଜାର ଟଙ୍କା, ଦ୍ୱିତୀୟ ପୁରସ୍କାର ୨ ହଜାର ଟଙ୍କା , ତୃତୀୟ ପୁରସ୍କାର ୧ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଏହି ଭଳି ମହିଳା ମାନଙ୍କ ମଧ୍ୟରେ ଥିବା ପ୍ରତିଭା ର ବିକଶିତ ପାଇଁ ସୁଯୋଗ ସୃଷ୍ଟି କଲେ ମହିଳା ମାନେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ ବୋଲି ଧନ୍ୟବାଦ ଦେବା ସହ ପୌର ଅଧ୍ୟକ୍ଷା ଶ୍ରୀମତୀ ମାନସୀ ସ୍ଵର୍ଣ୍ଣ ପ୍ରଭା ସାମଲ ପ୍ରକାଶ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟ ରେ ବିଧାୟକ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ବିଷ୍ଣୁ ଚରଣ ପରିଡା, ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, କଟକ ଜିଲ୍ଲା ସାଧାରଣ ସଂପାଦକ ସୁବ୍ରତ ସାମଲ, ସଂସଦ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ପ୍ରେମ ଚାନ୍ଦ ନାୟକ, ମହିଳା ସଂପାଦକ ସସ୍ମିତା ନାୟକ, କାଉନସିଲର ଅଜୟ ବେହେରା, ଦିଲୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୂଜ୍।




