ବି.କେ.ଏମ୍.ୟୁ ର ୭ମ ଜିଲ୍ଲା ସମ୍ମିଳନୀ
ଢେଙ୍କାନାଳ, ୯/୪: ଅଦ୍ୟ ଷ୍ଟେସନ୍ ବଜାର ସ୍ଥିତ ଶିକ୍ଷକ ଭବନ ଠାରେ ଭାରତୀୟ କ୍ଷେତ ମଜଦୁର ୟୁନିୟନ୍ର ୭ମ ଜିଲ୍ଲା ସମ୍ମିଳନୀ ଯମ୍ବେଶ୍ଵର ପୃଷ୍ଟିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଂପାଦକ ରବି ରଥ ସମ୍ମିଳନୀର ବିବରଣୀ ପାଠ ଉପସ୍ଥାପନ କରିଥିଲେ । ଅତିଥି ଭାବରେ ରବିନାରାୟଣ ମହାଖୁଡ ଯୋଗଦେଇ କୃଷି ଶ୍ରମିକମାନଙ୍କ ସମସ୍ୟା ଉପରେ ଉଦ୍ବୋଧନ ଦେଇଥିଲେ । ଚଳିତ ମାସ ୨୯ ଓ ୩୦ ତାରିଖରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ ୧୦ମ ରାଜ୍ୟ ସମ୍ମିଳନୀକୁ ପ୍ରତିନିଧି ନିର୍ବାଚନ କରାଗଲା ଏବଂ ନୂତନ ଜିଲ୍ଲା ପରିଷଦ ଗଠନ କରାଗଲା । ସଭାପତି ଭାବରେ ଯମ୍ବେଶ୍ବର ପୃଷ୍ଟି, ଉପସଭାପତି ଭାବେ ଜନାର୍ଦ୍ଦନ ନନ୍ଦି, ସଂପାଦକ ରବି ରଥ, ସହ-ସମ୍ପାଦକ ପ୍ରଫୁଲ୍ଲ କୁମାର ନାଏକ, କୋଷାଧ୍ୟକ୍ଷ ଭାବେ ଶାନ୍ତିପ୍ରିୟା ସାହୁ ନିର୍ବାଚିତ ହେବା ସହିତ ୧୫ ଜଣିଆ କମିଟି ଗଠନ କରାଗଲା । ଆଗାମୀ ଦିନରେ କ୍ଷେତ ମୁଲିଆମାନଙ୍କୁ ଦୈନିକ ମଜୁରୀ ୬୦୦ ଟଙ୍କା, ୫୫ ବର୍ଷରେ ପେନ୍ସନ୍ ୩୦୦୦ ଟଙ୍କା ପ୍ରଦାନ, ଦୀର୍ଘଦିନ ଧରି ସରକାରୀ ଜମି ଉପରେ ଘରବାରୀ କରି ରହିଆସୁଥିବା ପ୍ରଜାମାନଙ୍କୁ ପଟ୍ଟା ପ୍ରଦାନ କରିବା, ମନରେଗା ଯୋଜନାରେ ବର୍ଷସାରା କାମ ଯୋଗାଇଦେବା ପ୍ରଭୃତି ବିଭିନ୍ନ ଦାବୀ ନେଇ ଆଗାମୀ ଦିନରେ ଆନ୍ଦୋଳନ କରାଯିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ଶେଷରେ ପବିତ୍ର ଘଡେଇ ଧନ୍ୟବାଦ ଅର୍ପଣ କରିଥିଲେ ।




