ଭିନ୍ନକ୍ଷମ ମୁରଲୀ ଭୋଇ ଙ୍କୁ ଟ୍ରାଇ ସାଇକେଲ ପ୍ରଦାନ
ଜଗତସିଂହପୁର
ତା =10/4/23
ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଚାରିପୋଲିଆ ବାଁବରଡା ଗ୍ରାମର ଭିନ୍ନକ୍ଷମ ମୂରଲୀ ଭୋଇ ଙ୍କୁ ଜଗତସିଂହପୁର ବ୍ଲକ ତରଫରୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି। ମୂରଲୀ ଭୋଇ ଜଣେ ଗରିବ ଦଳିତ ରୋଗାକ୍ରାନ୍ତ ଭିନ୍ନକ୍ଷମ ବୃଦ୍ଧ ଅଟନ୍ତି। ମୁରଲୀ ସ୍ଥାନୀୟ ସଂସ୍କୃତି ଭବନ ସମ୍ମୁଖରେ ଥିବା ମାର୍କେଟ କମ୍ପ୍ଲେକ୍ସ ଦୋକାନ ବାରଣ୍ଡାରେ ରାତ୍ରୀ ଯାପନ କରିବା ସହିତ ଦିନରେ ଭିକ୍ଷା ବୃତ୍ତି କରି ଚଳନ୍ତି । ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଶିର୍ବାଦ ସେବା ସଂଗଠନର ସଭାପତି ଜଗନ୍ନାଥ ବେହେରା ସଂଗଠନ ପକ୍ଷରୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଲିଖିତ ଆକାରରେ ଦୁଷ୍ଟି ଆକର୍ଷଣ କରିଥିଲେ | ଯେ ଭିନ୍ନକ୍ଷମ ମୁରଲୀ ଭୋଇଙ୍କୁ ଚଳପ୍ରଚଳ କରିବା ପାଇଁ ନିହାତି ଟ୍ରାଇ ସାଇକେଲ ଟିଏ ଆବଶ୍ୟକ ଅଟେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁନିଲ୍ କୁମାର ନାୟକଙ୍କ ନିର୍ଦ୍ଦେଶେ କ୍ରମେ ଜଗତସିଂହପୁର ବ୍ଲକର ମଣ୍ଡଳ ଉନ୍ନୟନ ଅଧିକାରୀ ସାଗର କୁମାର ନନ୍ଦ ମୁରଲୀ ଭୋଇଙ୍କୁ ଏକ ଟ୍ରାଇ ସାଇକେଲ ପ୍ରଦାନ କରିଥିଲେ। ଟ୍ରାଇ ସାଇକେଲ ପ୍ରଦାନ କରାଯିବା ସମୟରେ ଆଶିର୍ବାଦ ସେବା ସଂଗଠନର ସଭାପତି ଜଗନ୍ନାଥ ବେହେରା ଙ୍କ ସମେତ ଉପ ଦେଷ୍ଟା ହିମାଂଶୁ ଆଚାର୍ଯ୍ୟ ନିରୁପମା ପରିଡ଼ା ଦେବାଶିଷ ରଞ୍ଜନ ଦାସ ସରୋଜ ସ୍ବାଇଁ ବିଜେଦ୍ର ଦାସ ପ୍ରଦିପ ଦାସ କୁନିଲତା ଦାସ ରଶ୍ମୀ ରଞ୍ଜନ ମହାନ୍ତି ଏବଂ ମୋନାଲିସା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




