ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ୍
ସୂଚନା ଅନୁସାରେ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍ ପୁରୀରୁ ହାୱାଡା ଭାୟା ଭୁବନେଶ୍ୱର ଦେଇ ଚଳାଚଳ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭ ଉଦଘାଟନ କରିପାରନ୍ତି। ତେବେ ଏହାର ସମୟ ସାରଣୀ ପ୍ରସ୍ତୁତ ହୋଇନାହିଁ। ବନ୍ଦେ ଭାରତ ଚାଲିଲେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଉଛି।





