ଗ୍ରୀଷ୍ମ ଅବକାଶ ସମୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନଙ୍କ ପାଠପଢାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ “ହଲିଡେ ହୋମ୍ୱର୍କ” କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏଥିପାଇଁ ସବୁ ଜିଲ୍ଲାରେ ଆରମ୍ଭ ହୋଇଛି ହେଲ୍ପ ଡେସ୍କ୍ ବ୍ୟବସ୍ଥା।
ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟ ଦିବସରେ ଏହା ଖୋଲା ରହିବ। ସହାୟତା ପ୍ରଦାନ ନିମନ୍ତେ ଜିଲ୍ଲାଗୁଡ଼ିକ ପାଇଁ ଅଲଗା ଅଲଗା ଟୋଲ ଫ୍ରି ନମ୍ବର ଜାରି କରାଯାଇଛି।





