ବିଶ୍ଵକଲ୍ୟାଣାର୍ଥେ ଶାମେଶ୍ଵର ପୀଠରେ ଯଜ୍ଞ ପାଇଁ କଳସ ଯାତ୍ରା ମହାସମାରୋହରେ ଅନୁଷ୍ଠିତ
ବିଷୟ ______ ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଅରିଲୋ ଠାରେ ଶାମେଶ୍ଵର ଆଞ୍ଚଳିକ ଉନ୍ନୟନ ପରିଷଦ ପକ୍ଷରୁ ବାବା ଶାମେଶ୍ଵର ପୀଠରେ ବିଶ୍ଵ ମାନବର କଲ୍ୟାଣର୍ଥେ ବେଦଜ୍ଞ ବ୍ରାହ୍ମଣ ମାନଙ୍କ ଦ୍ଵାରା ତିନିଦିନ ଧରି ଯଜ୍ଞ କାର୍ଯ୍ୟ ହେବା ସହ ଶୁକ୍ରବାର ଦିନ ପରିଷଦର ମୁଖପାତ୍ର ଶୈବକଳ୍ପର ଶୁଭ ଉନ୍ମୋଚନ ହେବ ଓ ପୂଜ୍ୟ ପୂଜାର ପରମ୍ପରାକୁ ବଜାୟ ରଖିବା ପାଇଁ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ । ପ୍ରଥମ ଦିନରେ ମହିଳା ମାନେ ଢିଅବାରିଙ୍ଗ ସ୍ଥିତ କଣ୍ଠିଆ ନଦୀରେ ମହାସମାରୋହରେ ଯାଇ କଳସ ଯାତ୍ରା, ଯଜ୍ଞଶାଳା ପ୍ରତିଷ୍ଠା, ଅଙ୍କୁରାରୋପଣ, ପ୍ରତିଷ୍ଠା କାର୍ଯ୍ୟରମ୍ବ, ପୂଜାର୍ଚ୍ଚନା, ଯଜ୍ଞ ହୁତି , ସଂଧ୍ୟାରେ ନାମ ସଂକୀର୍ତ୍ତନ, ଜଗନ୍ନାଥ ସହସ୍ତ୍ର ନାମ ପଠନ, ଦ୍ଵିତୀୟ ଦିନରେ ଛତିଆ ବଟ ଓ ନିମାଳ ସାଧୁ ମାନଙ୍କ ଦ୍ବାରା ଏକ ଆଧ୍ୟାତ୍ମିକ ପ୍ରବଚନ ଅନୁଷ୍ଠିତ ହେବ। ଏବଂ ତୃତୀୟ ଦିନରେ ସାରସ୍ବତ ସମାରୋହ, ମୁଖପାତ୍ର ଶୈବକଳ୍ପର ଶୁଭ ଉନ୍ମୋଚନ, ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ, ମୁଖ୍ୟ ବକ୍ତା ଭାବେ ଯୋଗ ଦେବେ ଲୋକସଭା ସାଂସଦ ଶମିଷ୍ଠା ସେଠୀ। ଏବଂ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ବିଧାୟିକା ସୁନନ୍ଦା ଦାସ ଯୋଗ ଦେବେ ବୋଲି ଶାମେଶ୍ଵର ଆଞ୍ଚଳିକ ଉନ୍ନୟନ ପରିଷଦ ପକ୍ଷରୁ କୁହାଯାଇଛି। ଏହି କଳସ ଯାତ୍ରା ସମୟରେ ସମାଜସେବୀ ଗୋବିନ୍ଦ ଚନ୍ଦ୍ର ସାମଲ, ପୁର୍ବତନ ସରପଞ୍ଚଙ୍କ ଅଟଳ ବିହାରୀ ନାୟକ,, ଅଜିତ ସାମଲ, ଗଣେଶ ପ୍ରସାଦ ସାମଲ, ଅମ୍ବିକା ପ୍ରସାଦ ସାମଲ,,ପ୍ରମୋଦ ସାମଲ,ଆନନ୍ଦ ସାମଲଙ୍କ ସମେତ କମିଟିର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।
ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ





