ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତ ଦେହ
ବାହାଘର ପାଇଁ ବାକି ଥିଲା ଆଉ ୯ ଦିନ
ଅନୁଗୋଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ପରଙ୍ଗ ଗ୍ରାମ ନିକଟସ୍ଥ ଏକ ଜଙ୍ଗଲରୁ ଶାଳ ଗଛରେ ଝୁଲନ୍ତା ଅବସ୍ଥାରେ ବିଳମ୍ବିତ ରାତି ସମୟରେ ଜଣଙ୍କର ମୃତ ଶରୀର ଦେଖିବାକୁ ପାଇଥିଲେ ସ୍ଥାନୀୟ ଅଞ୍ଚଳ ବାସୀ । ମୃତକ ଯୁବକ ଜଣଙ୍କ ହେଲେ ରେଙ୍ଗାଳି ଥାନା ଅନ୍ତର୍ଗତ ଦେନାଳି ଗ୍ରାମର ବିଭୂତି ଭୂଷଣ ପ୍ରଧାନ। ତାଙ୍କର ଆସନ୍ତା ୧୬ ତାରିଖ ବିବାହ ହେବାକୁ ଥିବା ବେଳେ ସୋମବାର ଦିନ ତାଙ୍କ ଭାଇଙ୍କ ସହ କଥା ହୋଇ ନିଜର ନିମନ୍ତ୍ରଣ କାର୍ଡ ପାଇଁ କଥା ହୋଇଥିବା ବେଳେ , ମଙ୍ଗଳବାର ଦିନ ତାଙ୍କର ଫୋନ ଲାଗିନଥିଲା ଓ ପରିବାର ବର୍ଗ ଖୋଜା ଖୋଜି କରିଥିବା ବେଳେ ପରଙ୍ଗ ଗ୍ରାମ ନିକଟସ୍ଥ ଜଙ୍ଗଲର ଏକ ଶାଳ ଗଛରୁ ଝୁଲନ୍ତା ଅବସ୍ଥାରେ ବିଳମ୍ବିତ ରାତି ସମୟରେ ମୃତ ଶରୀର ଠାବ ହୋଇଥିବା ବେଳେ ଜାଣିବାକୁ ପାଇଲେ ଏହା ବିଭୂତି ଭୂଷଣ ପ୍ରଧାନଙ୍କ ମୃତ ଶରୀର ବୋଲି ଜଣାପଡିଛି। ପରିବାର ଲୋକ କହିବା ଅନୁଯାୟୀ ତାଙ୍କୁ କିଏ ମାରି ଶାଳ ଗଛରେ ଝୁଲାଇଦେଇଥିବା ନେଇ ଅଭିଯୋଗ କରିଛନ୍ତି। ପୋଲିସ ଓ ଅଗ୍ନିଶମ ବିଭାଗ ମୃତ ଶରୀରକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସବ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ବେଳେ ପୋଲିସ ଏହାର ତଦନ୍ତ ଜାରି ରଖିଛନ୍ତି।





