(ନାଟ୍ୟକାର ସୁଧାକର ଦ୍ବିବେଦୀଙ୍କ ୭୩ ତମ ଜୟନ୍ତୀ ପାଳିତ )
ଜଗତସିଂହପୁର,
ତା =୦୨/୦୬/
କାଳଜୟୀ ନାଟ୍ୟକାର ସୁଧାକର ଦ୍ବିବେଦୀଙ୍କ ୭୩ ତମ ଜନ୍ମଜୟନ୍ତୀ ଜଗତସିଂହପୁର ଜିଲ୍ଲା ସଦର ମହକୁମାଠାରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ସୁଧାକର ଦିବେଦୀ ସ୍ମୁତି ପରିଷଦର ସଭାପତି ଅଲେଖ ଚନ୍ଦ୍ର ବେହେରା ସଭାପତିତ୍ବ କରିଥିଲେ । ପ୍ରାରମ୍ଭରେ ପରିଷଦର ପ୍ରତିଷ୍ଠାତା ସମ୍ପାଦକ ନାଟ୍ୟକାର ଇଞ୍ଜିନିୟର କିଶୋର ମହାପାତ୍ରଙ୍କ ବିୟୋଗରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ସଭାରେ ମୁଖ୍ୟ ବକ୍ତା ସ୍ତମ୍ଭକାର ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ଯୋଗଦେଇ କାଳଜୟୀ ନାଟ୍ୟକାର ସୁଧାକର ଦ୍ବିବେଦୀଙ୍କ ଅମ୍ଳାନ ନାଟ୍ୟକୃତି ଓ ପ୍ରତିଭା ସଂପର୍କରେ ଆଲୋଚନା କରିବା ସହିତ ନାଟ୍ୟକାର ସୁଧାକର ଦ୍ବିବେଦୀ ତାଙ୍କ ସ୍ବଳ୍ପ ଜୀବନ କାଳ ମଧ୍ୟରେ ଗୃହଲକ୍ଷ୍ମୀ,ଶପଥ ନୁହେଁ କଳଙ୍କ ଓ ବିପ୍ଳବୀର ଅପମୃତ୍ୟୁ ଆଦି କୋଡ଼ିଏ ଖଣ୍ଡ ନାଟକ ରଚନା କରି ନାଟ୍ୟ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଶିକ୍ଷାବିତ୍ ତୁଳସୀ ପ୍ରସାଦ ମହାପାତ୍ର, ଶିକ୍ଷାବିତ୍ ଶିଶିର କୁମାର ତ୍ରିପାଠୀ,ଜିଲ୍ଲା ଓକିଲ ସଂଘ ସଂପାଦକ ଆଇନଜୀବି ନରେଶ ଦାସ, ସୁକାନ୍ତ କୁମାର ଦ୍ବିବେଦୀ, ସାମ୍ବାଦିକ ପ୍ରତାପ କୁମାର ସିଂ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନାଟ୍ୟକାର ସୁଧାକର ଦ୍ବିବେଦୀଙ୍କ ବହୁମୁଖୀ ପ୍ରତିଭା ସଂପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ନାଟ୍ୟକାର ସୁଧାକର ଦ୍ବିବେଦୀଙ୍କ ସୁପୁତ୍ର ସରୋଜ କୁମାର ଦ୍ବିବେଦୀ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରିଶେଷରେ ସୋମନାଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପଦ୍ମାଳୟା ଦାସ ,ସନ୍ତୋଷ ସାହୁ , ଐଶ୍ୱର୍ଯ୍ୟା ମନ୍ଥନ ,ଅଭିଜିତ ଦଳେଇ,ବର୍ଷା ପ୍ରିୟଦର୍ଶିନୀ ଦାସ,ସୁନୀଲ ସାହୁ,ଅର୍ଚ୍ଚିତା ପ୍ରିୟଦର୍ଶିନୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ





