ରେଳ ଦୁର୍ଘଟଣାରେ ମୃତକଙ୍କ ପାଇଁ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା
ଜଗତସିଂହପୁର
ତା =୦୩/୦୬
ବାଲେଶ୍ଵର ଜିଲ୍ଲା ବାହାନଗା ଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ମୃତ୍ୟୁ ବରଣ ବ୍ୟକ୍ତିଙ୍କ ଆତ୍ମାର ସଦଗତି ନିମନ୍ତେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଓକିଲ ସଂଘ ଗୃହରେ ଅନୁଷ୍ଠିତ ଏହି ଶୋକସଭାର ପ୍ରାରମ୍ଭରେ ମୃତକଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହା ସହିତ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା । ଏଥିରେ ଜିଲ୍ଲା ଓକିଲ ସଂଘ ସଂପାଦକ ନରେଶ ଦାସ, ଉପସଭାପତି ସରୋଜ କୁମାର ବିଶ୍ବାଳ, ଯୁଗ୍ମ ସମ୍ପାଦକ ଜ୍ଞାନରଞ୍ଜନ ମହାନ୍ତି, ବରିଷ୍ଠ ଆଇନଜୀବି ରବିନ୍ଦ୍ରନାଥ ମହାନ୍ତି, ଭଜହରି କର, ନଳିନୀ ରଞ୍ଜନ ମହାପାତ୍ର, ପ୍ରତାପ କୁମାର ବରାଳ, ଶାରଦା ପ୍ରସାଦ ଦାସ,ଓଜଦ୍ବିତି ମହାନ୍ତି, ସଂଗ୍ରାମ କେଶରୀ ମହାପାତ୍ର,ଦିପ୍ତେନ୍ଦୁ ଖଟୁଆ, ସୂର୍ଯ୍ୟ ନାରାୟଣ ଦାସ,ତନ୍ମୟ ମହାନ୍ତି, ଅମୀୟ ମହାପାତ୍ର, ଅଞ୍ଜନ ପଣ୍ଡା,ମାନସ ମିଶ୍ର ଓ ପ୍ରଶାନ୍ତ କୁମାର ଵଢେଇ ପ୍ରମୁଖ ଯୋଗ ଦେଇଥିଲେ ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ





