

ମଧୁ ଓଡ଼ିଆ ସେନା ଓ ପୁଜ୍ୟ ପୂଜା ପ୍ରତିଭା ପରିଷଦର ମିଳିତ ସହଯୋଗ ରେ ମଧୁବାବୁ ମେଧା ପ୍ରତିଭା ସମ୍ମାନ
ବିଷୟ ____ ଯାଜପୁର ସହରର ସଂସ୍କୃତି
ଭବନରେ ଆଜି ମାଟ୍ରିକ,ଦ୍ଵାଦଶ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାର କୃତୀ ଛାତ୍ରଛାତ୍ରୀଙ୍କୁ ମଧୁ ବାବୁ ମେଧା ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି।ମଧୁ ଓଡ଼ିଆ ସେନା ଓ ପୁଜ୍ୟ ପୂଜା ପ୍ରତିଭା ପରିଷଦର ମିଳିତ ସହଯୋଗ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟନାୟକ ଯୋଗଦେଇ ଥିଲେ।ଉଦଘାଟକ ଭାବେ ପ୍ରାକ୍ତନ ରାଜ୍ୟସଭା ସାଂସଦ ଡ ରାମଚନ୍ଦ୍ର ଖୁଣ୍ଟିଆ ଯୋଗ ଦେଇ ଥିଲେ। ଛାତ୍ର ଛାତ୍ରୀ ମାନେ ଦେଶ ପ୍ରୀତି ରଖି ନିଜର ଭବିଷ୍ୟତକୁ ସଫଳତାର ଦିଗରେ ଆଗେଇ ନେବାକୁ ଅତିଥି ମାନେ ପ୍ରକାଶ କରିଥିଲେ।ଏହି ଅବସରରେ ୧୨୧ ଜଣ ମେଧାବୀ ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।ଏହି ସଭାରେ ସଭାପତିତ୍ବ କରିଥିଲେ ମଧୁ ଓଡ଼ିଆ ସେନାର ସଭାପତି ପଦ୍ମାକର ଗୁରୁ। ବରେଣ୍ୟ ଅତିଥି ଭାବେ ପ୍ରାଧ୍ୟାପକ ମନୋରଞ୍ଜନ ମହାନ୍ତି, ଫକୀର ମୋହନ ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର କୁମରବର ଦାସ, ସମାଜସେବୀ ମନୋଜ କୁମାର ରାଉତ, ସନ୍ତୋଷ କୁମାର ନନ୍ଦ, ପ୍ରମୁଖ ଯୋଗଦେଇ ଥିଲେ। ଅନୁଷ୍ଠାନ ପକ୍ଷରୁ ଭୁବନ ମୋହନ ମହାନ୍ତି, ପ୍ରସନ୍ନ କୁମାର ମିଶ୍ରଙ୍କ ସହ ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ।
ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ





