
ବିଦ୍ୟୁତ ବିଭ୍ରାଟ ରାୟଗଡ଼ା ଜିଲ୍ଲା ସଦର ମହକୁମାରେ
ଗତ କେତେ ଦିନ ହେଲା ରାୟଗଡ଼ା ଜିଲ୍ଲାର ସଦର ମହକୁମାରେ
ଅଘୋଷିତ ବିଦ୍ୟୁତ କାଟ ଅଞ୍ଚଳ ବାସୀଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି। ଲୋକଙ୍କ କହିବା ଅନୁସାରେ Tata company ନେଲା ଠାରୁ ବାରମ୍ବାର ବିଦ୍ୟୁତ କାଟ ହଉଛି। ସମ୍ପର୍କ କେନ୍ଦ୍ର ଅଛି ସତ କିନ୍ତୁ ସେଠାରେ କିଏ ମଧ୍ୟ ରହୁ ନାହାନ୍ତି। ଟିକେ ପବନ ବର୍ଷା ହେଲେ ଏହିଭଳି ଅବସ୍ଥା। ସରକାର ବେସରକାରୀ ସଂସ୍ଥାକୁ ବିଦ୍ୟୁତ ବିଭାଗକୁ ହସ୍ତାନ୍ତର କରିବା ପରେ ଏହିଭଳି ସମସ୍ୟା ଉପୁଜିଛି। ଜନସାଧାରଣ ଅଭିଯୋଗ ଅନୁସାରେ ମାସ ପୁରିଲା ବେଳକୁ ଯେମିତି ବିଦ୍ୟୁତ୍ ବିଲ୍ ସଂଗ୍ରହ କରୁଛନ୍ତି ସେହିଭଳି ବିଦ୍ୟୁତ ସରବରାହ ଜାରି ରହିବା ଦରକାର। ଏହିଭଳି ଘଟଣା ଓଡ଼ିଶାରେ ପ୍ରାୟ ଚାଲି ଆସୁଛି କିନ୍ତୁ ସରକାରଙ୍କ ନିଦ ଭାଙ୍ଗୁନି। ଗତ କାଲି ରାୟଗଡ଼ା ସହରର ରାଣୀଗୁଡ଼ା ଫାର୍ମ ର ସେକ୍ସନ 2 ରେ ରାତି ପ୍ରାୟ ଦଶଟା ଠାରୁ ଏକଟା 30 ମିନିଟ ଅର୍ଥାତ୍ ପ୍ରାୟ ତିନି ଘଣ୍ଟା ଲୋକମାନେ ଗରମରେ ଶିଝିଥିଲେ। ସମ୍ପର୍କ କେନ୍ଦ୍ର ପାଖରେ ବହୁ ଲୋକ ରୁଣ୍ଡ ହେଲେହେଁ ସେହିଠାରେ ବିଦ୍ୟୁତ୍ ବିଭାଗର କୌଣସି ବ୍ୟକ୍ତିଙ୍କର ଦେଖା ନଥିଲା। ଯଦି ସଦର ମହକୁମାରେ ଏହିଭଳି ଅସୁବିଧା ହୁଏ ତେବେ ଗ୍ରାମାଞ୍ଚଳ କଥା ନ କହିଲେ ଭଲ। ସେଥିଯୋଗୁଁ ଏଥିପ୍ରତି ସରକାର ଧ୍ୟାନ ଦେଇ ଲୋକଙ୍କ ସମସ୍ୟାକୁ ଦୂର କରିବାକୁ ଜନସାଧାରଣ ଅନୁରୋଧ କରିବା ସହିତ ଚେତାବନୀ ମଧ୍ୟ ଦେଇଛନ୍ତି ଯେ ଏହାର ସୁ ସମାଧାନ ନହେଲେ ସେମାନେ ରାଜ ରାସ୍ତାକୁ ଓହ୍ଲାଇବେ। ରାୟଗଡ଼ାରୁ ଜିମବୁ ବିଡିକା ଜାଗ୍ରତ ଭାରତ ନିଉଜ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-29.jpg)


