ଓଡିଶା ସମବାୟ ସମିତି କର୍ମଚାରୀ ମହାମାଞ୍ଚର ତିନି ଦଫା ଦାବି ନେଇ ବିଧାନସଭା ସମ୍ମୁଖରେ ଏକ ବିଷାଳ ଗଣଧାରଣା ଓ ବିକ୍ଷୋଭ ଅନୁଷ୍ଠିତ
ଭୁବନେଶ୍ୱର, ଆଜି ବିଧାନସଭା ସମ୍ମୁଖରେ ଓଡିଶା ସମବାୟ ସମିତି କର୍ମଚାରୀ ମହାମାଞ୍ଚର ତିନି ଦଫା ଦାବି ନେଇ ବିଧାନସଭା ସମ୍ମୁଖରେ ଏକ ବିଷାଳ ଗଣଧାରଣା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଅଛି. ଗତ ମେ ମାସ କୋଡିଏ ତାରିଖରେ ଓଡିଶା ସମବାୟ ସମିତି ନିବନ୍ଧକ କର୍ମଚାରୀ ସ୍ୱାର୍ଥ ବିରୋଧୀ ଯେଉଁ ନିର୍ଦେଶ ବାହାର କରିଛନ୍ତି ତାକୁ ତୁରନ୍ତ ବାତିଲ କରି ସମସ୍ତ ସମବାୟ ସମିତି କର୍ମଚାରୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦେବା ସହ ଆମେ କଣ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପରିବାର ସଦସ୍ୟ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ମହାମଞ୍ଚର କାର୍ଯ୍ୟକାରି ସଭାପତି ନିରଞ୍ଜନ ସାହୁ. ଆମେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସବୁ ଜନହିତକର କାମ କରୁଛୁ ହେଲେ ସରକାର ଆମ କର୍ମଚାରୀଙ୍କ ଦୁଃଖ ବୁଝୁ ନାହାନ୍ତି, ଆମ ପରିବାର ପୋଷିବା ପାଇଁ ଆମକୁ ଦରମା ଦେବା ପାଇଂ ବଜେଟରେ 300କୋଟି ତାଙ୍କର ବ୍ୟବସ୍ଥା କରନ୍ତୁ ବୋଲି ଦାବି କରିଛନ୍ତି ମହାମଞ୍ଚର ଉପସଭାପତି ସୀତାରାମ ପ୍ରଧାନ. ଆମେ ଆମ ଦାବି ପ୍ରତି ସରକାରଙ୍କ ସହ ବାରମ୍ବାର ଆଲୋଚନା କରିଛୁ କିନ୍ତୁ ସରକାର ଆମ ପ୍ରତି ବୈମାତୃକ ଓ ଅଗଣତାନ୍ତ୍ରିକ ନୀତି ନିୟମ ବାହାର କରି ତରବରିଆ ଭାବେ ଏକ ଅସଂଗତ କ୍ୟାଡରରୁଲ କରିଥିବାରୁ ତାକୁ ପ୍ରତ୍ୟାହାର କରିବା ସହ ରାଜ୍ୟରେ ଥିବା ସମସ୍ତ 2708 ସମିତି ଓ ଲ୍ୟାମ୍ପସ କର୍ମଚାରୀଙ୍କୁ ସରକାରୀ କର୍ମଚାରୀ କରିବା ଓ ସୁଧ ରିହାତି ଅର୍ଥ ସମିତି ସଂଚୟ ଖାତାରେ ଜମା କରିବାକୁ କହିଛନ୍ତି ମହାମଞ୍ଚର ରାଜ୍ୟ ସାଧାରଣ ସମ୍ପାଦକ ଦିଗମ୍ବର ନାୟକ.
ଭୁବନେଶ୍ୱରରୁ ପ୍ରଭାକର ବିଶ୍ୱାଳଙ୍କ ରିପୋର୍ଟ




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-17.jpg)
