କଲଣ୍ଡାପାଳ ଗ୍ରାମକୁ ଅନୁଗୋଳ ଜିଲ୍ଲାର ଆଦର୍ଶ ଗ୍ରାମ ରୂପେ ଚିହ୍ନଟ
ଅନୁଗୋଳ – ତା.୧୯/୦୬:- ଗତ ୧୭ ତାରିଖରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ସନ୍ତୋଷ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କୋର୍ଟ ରୁମ୍ ଠାରେ ଆଦର୍ଶ ଗ୍ରାମ ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦୁଃଶାସନ ନାଏକ ସମସ୍ତଙ୍କୁ ସ୍ବାଗତ କରିବା ସହ ଆଦର୍ଶ ଗ୍ରାମ ସମ୍ପର୍କରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଆସିଥିବା ମାର୍ଗ ଦର୍ଶନ ସମ୍ପର୍କରେ ଅବଗତ କରାଇଥିଲେ ଓ ଏହି ଆଦର୍ଶ ଗ୍ରାମ ପ୍ରତିଷ୍ଠା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଅନୁଗୋଳ ଜିଲ୍ଲାର ବରପୁତ୍ର ପଦ୍ମଶ୍ରୀ ରାଧା ମୋହନ ଗଡନାୟକଙ୍କ ଜନ୍ମସ୍ଥାନ ବଅଁରପାଳ ବ୍ଳକର କଲଣ୍ଡାପାଳ ଗ୍ରାମକୁ ରାଜ୍ୟ ସରକାର ଆଦର୍ଶ ଗ୍ରାମ ରୂପେ ଚିହ୍ନଟ କରିଛନ୍ତି । ଆଦର୍ଶ ଗ୍ରାମ ନିମନ୍ତେ ରାଜ୍ୟ ସରକାରଙ୍କ ଠାରୁ ଆସିଥିବା ମାର୍ଗ ଦର୍ଶିକା ଅନୁଯାୟୀ ସମସ୍ତ କାର୍ଯ୍ୟର ସଠିକ୍ ପରିଚାଳନା ନିମନ୍ତେ ଏକ କମିଟି ଗଠନ କରାଯାଇଥିଲା । କମିଟିର ସଦସ୍ୟ ଭାବେ ଶ୍ରୀ ବିଜୟ ନାଥ,ଅଧ୍ୟକ୍ଷ, ଜିଲ୍ଲା ସଂସ୍କୃତି ଅଧିକାରୀ, ସମ୍ପାଦକ, ଶ୍ରୀ ଆଲୋକ ଗଡନାୟକ,ଉପାଧ୍ୟକ୍ଷ, ଶ୍ରୀ ନିର୍ମଳ କୁମାର ସାହୁ,ସରପଞ୍ଚ,ଶ୍ରୀ ନବ କିଶୋର ରାଉତ,ଗ୍ରାମ ସଭାପତି,ଶ୍ରୀ ଶିବରାମ ଗଡନାୟକ,କଲଣ୍ଡାପାଳ ଗ୍ରାମ ସମ୍ପାଦକ, ଶ୍ରୀ ସୁକାନ୍ତ କୁମାର ତ୍ରିପାଠୀ,ସହ ସମ୍ପାଦକ,ଶ୍ରୀ ଶାନ୍ତନୁ କୁମାର ସର, ଜିଲ୍ଲା ସାହିତ୍ୟ ସଂସଦ, ଶ୍ରୀ ରାଧାକାନ୍ତ ମହାନ୍ତି, ଜିଲ୍ଲା ସାହିତ୍ୟ ସଂସଦ, ବଅଁରପାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ଉପଦେଷ୍ଟା ଅଛନ୍ତି । କଲଣ୍ଡାପାଳଗ୍ରାମର ମୁଖ୍ୟ ପ୍ରବେଶ ଦ୍ବାର ଠାରେ ପଦ୍ମଶ୍ରୀ ରାଧାମୋହନ ଗଡନାୟକଙ୍କ ନାମରେ ନାମ ଫଳକ ପ୍ରସ୍ତୁତ କରିବା ନିମନ୍ତେ ବୈଠକରେ ସ୍ଥିର ହୋଇଥଲା । ଏଥି ନିମନ୍ତେ ବଅଁରପାଳ ବ୍ଳକ୍ ଅଧ୍ୟକ୍ଷ,ଗୋଷ୍ଠୀ ଉନ୍ନୟନ ଅଧିକାରୀ,ଜିଲ୍ଲା ସଂସ୍କୃତି ଅଧିକାରୀ ଏବଂ ଶ୍ରୀ ଆଲୋକ ଗଡନାୟକ ପ୍ରମୁଖ ଗ୍ରାମ ପରିଦର୍ଶନ କରି ସ୍ଥାନ ଚିହ୍ନଟ କରିବା ନିମନ୍ତେ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇ ଦାୟିତ୍ବ ପ୍ରଦାନ କରାଯାଇଥିଲା । ଜନ୍ମ ସ୍ଥାନ କଲଣ୍ଡାପାଳ ଠାରେ ଅର୍ଦ୍ଧ ଅବୟବ ବ୍ରୋଞ୍ଚ ପ୍ରତିମୂର୍ତ୍ତୀ ସ୍ଥାପନ ନିମନ୍ତେ ସ୍ଥିରିକୃତ ହେଲା ଏବଂ ଏଥି ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗକୁ ଅନୁରୋଧ କରିବା ନିମନ୍ତେ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ପଦ୍ମଶ୍ରୀ ରାଧାମୋହନ ଗଡନାୟକଙ୍କର ଜୟନ୍ତୀ ଓ ଶ୍ରାଦ୍ଧ ଦିବସ ପାଳନ ସମେତ ଜିଲ୍ଲା ସଂସ୍କୃତି ବିଭାଗ ଦ୍ବାରା କଲଣ୍ଡାପାଳ ଗ୍ରାମର ପଦ୍ମଶ୍ରୀ ରାଧାମୋହନ ଗଡନାୟକଙ୍କର ସ୍ମୃତି ସହିତ ଜଡିତ ସମସ୍ତ ପ୍ରକାର ବିକାଶ ମୂଳକ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଦାୟିତ୍ବ ଅର୍ପଣ କରାଗଲା। ଏହି ବୈଠକରେ ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-23-scaled.jpg)


