ଭୂବନେଶ୍ୱର : ପାକିସ୍ତାନୀ ଗୁଇନ୍ଦା ସଂସ୍ଥାକୁ ଓଟିପି ସେୟାରିଂ ଘଟଣା । ଅଭିଯୁକ୍ତ ସଂଜୟ ଜମ୍ବୁରେକୁ ୪ ଦିନିଆ ରିମାଣ୍ଡରେ ଆଣିଲା କ୍ରାଇମବ୍ରାଞ୍ଚ STF ।ସେପଟେ ଭୁବନେଶ୍ବରରେ ପହଁଚିଲେ ମହାରଷ୍ଟ୍ର STF ଓ NIA ଟିମ୍। ସଂଜୟ ଜମ୍ବୁରେର ପାକିସ୍ତାନ ଲିଙ୍କ ନେଇ ତାକୁ ପଚରାଉଚରା କରାଯିବ ।
ସଞ୍ଜୟ କେଉଁ ସବୁ ଗୁପ୍ତ ତଥ୍ୟ ପାକିସ୍ତାନକୁ ସେୟାର କରିଛନ୍ତି ସେ ସଂପର୍କରେ ହେବ ଖୋଳତାଡ଼ । ଏନେଇ ସୂଚନା ଦେଇଛନ୍ତି STF ଆଇଜି ଜୟନାରାୟଣ ପଙ୍କଜ ।
ସୂଚନାଯୋଗ୍ୟ ଯେ, ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇକୁ ଓଟିପି ସେୟାରିଂ ଘଟଣାରେ ମୋଟ ୪ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ । ସମସ୍ତଙ୍କୁ ରିମାଣ୍ଡରେ ନେଇ ଜେରା କରୁଛି କ୍ରାଇମବ୍ରାଞ୍ଚ ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-24.jpg)
