ଅସ୍ଥାୟୀ ଶ୍ରମିକଙ୍କୁ ପର୍ଯ୍ୟାୟ କ୍ରମେ ସ୍ଥାୟୀ କରିବ ଟାଟା ପାୱାର
ବିଦ୍ୟୁତ୍ ବଣ୍ଟନ ରେ ଥିବା ଟାଟା ପାୱାର ରେ କାର୍ଯ୍ୟରତ ଥିବା ସ୍ଥାୟୀ ତଥା ଠିକା ଶ୍ରମିକଙ୍କୁ ସେମାନଙ୍କ ଯୋଗ୍ୟତା ଅନୁସାରେ ପଦୋନ୍ନତି ଦେବା ସହ ସ୍ଥାୟୀ କରିବା ପାଇଁ ଓଡିଶା ବିଦ୍ୟୁତ କର୍ମଚାରୀ ସଂଘ ପକ୍ଷରୁ ଟାଟା ପାୱାର ସହିତ ଆଲୋଚନା କରାଯାଇଥିବା ଏକ ସାମ୍ବାଦିକ ସମିଳନୀରେ ମହାସଂଘ ର ସଭାପତି ମେୟର ସୁବାଷ୍ ସିଂ କହିଛନ୍ତି, ମେୟର ଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ଅୟୋଜିତ ସାମ୍ବାଦିକ ସମିଳନୀରେ ଟାଟା ପାୱାର କାର୍ଯ୍ୟରତ 20 ହଜାର ସ୍ଥାୟୀ ଶ୍ରମିକ ସେମାନଙ୍କ ର ଯୋଗ୍ୟତା ଭିତ୍ତିରେ ପଦୋନ୍ନତି ଦେବାକୁ ମହାସଂଘ ପକ୍ଷ୍ୟରୁ ପ୍ରସ୍ତାବ ଦିଆଯାଇଥିବା ବେଳେ ଏହାକୁ ପାଳନ କରିବାକୁ ଟାଟା ପାୱାର ପ୍ରତିଶ୍ରୁତି ଦେଇଛି। ସେହିଭଳି ଅସ୍ଥାୟୀ ଭାବେ କାର୍ଯ୍ୟରତ 30 ହଜାର ଶ୍ରମିକ କୁ ସ୍ଥାୟୀ କରିବା ପାଇଁ ମହାସଂଘ ପକ୍ଷରୁ ଟାଟା ପାୱାର କୁ ପ୍ରସ୍ତାବ ଦିଆଯାଇଥିଲା। ଏହାକୁ ମଧ୍ଯ ପାଳନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି ବୋଲି ସମିଳନୀରେ କୁହାଯାଇଛି। ଅନ୍ୟ ପକ୍ଷରେ ମିଟର ରିଡର଼୍ ଙ୍କୁ କୁଶଳୀ ଶ୍ରମିକ ର ମାନ୍ୟତା ଦେବାକୁ ଏଥିରେ ନିଷ୍ପତ୍ତି ନିଆଯାଇଥିଲା ମହାସଂଘ ର ଉପଦେଷ୍ଟା ବିଧାୟକ ପ୍ରଣବ ପ୍ରକାଶ ଦାସ ଙ୍କ ନେତୃତ୍ଵରେ ସଂଘର ସଦସ୍ୟ ସହିତ ଟାଟା ପାୱାର ଅଧିକାରୀ ମଧ୍ୟରେ ହୋଇଥିବା ବୈଠକ ଏହି ସମସ୍ତ ନିଷ୍ପତ୍ତି ନିଆଯାଇଥିବା ସାମ୍ବାଦିକ ସମିଳନୀରେ କହିଛନ୍ତି । ସମିଳନୀରେ ମହାସଂଘ ର କାର୍ଯ୍ୟକାରୀ ସଭାପତି ରାଜୀବ ମହାନ୍ତି, ଟାଟା ପାୱାର ଅଧିକାରୀ ପ୍ରତାପ ସିଂ,ବିଶୁଦ୍ଧl ନନ୍ଦ ପରିଜା, ଦେବାଶିଷ ପ୍ରଧାନ ପ୍ରକାଶ ସ୍ୱାଇଁ, ଅଜିତ କୁମାର ପାଲ ଉପସ୍ଥିତ ଥିଲେ।





