ଚିଲ୍ଲି ଚିକେନ୍ ପରି ଖାଇ ଗଲେ : ହେଲେ ଦରପୋଡା ମଣିଷ ଶବର ମାଂସ
କି ହେଲା ଜମାନା ଲୋକଙ୍କ ଗତି କୁଆଡ଼କୁ ! ନିଶା ମଣିଷକୁ ପଶୁଠାରୁ ହୀନ କଲାଣି। ମଣିଷ ହିତାହତ ଜ୍ଞାନ ହରେଇ ମଣିଷ ଚିହ୍ନି ପାରୁନି ଆଉ ଶବକୁ ଛାଡ଼ିବ କେମିତି। ମୟୁରଭଞ୍ଜରୁ ଗୋଟେ ଲୋମଟାଙ୍କୁରା ଘଟଣା ଖବର ସାମନାକୁ ଆସିଛି। ସେଠାରେ ଦୁଇ ମଦୁଆ ଗୋଟେ ଝିଅ ଶବକୁ ଦାହ ବେଳେ ଅଧା ପୋଡ଼ା ଅବସ୍ଥାରୁ ଝୁଣି ଖାଇଛନ୍ତି। ମୟୂରଭଞ୍ଜ ବଡ଼ସାହି ଥାନା ଅନ୍ତର୍ଗତ ପ୍ରତାପପୁର ବନ୍ଧସାହିରେ ଏହି ଘଟଣା ଘଟିଛି। ସ୍ଥାନୀୟ ଯମୁନା ଗ୍ରାମର ଯୁବତୀ ମଧୁମିତା ସିଂହଙ୍କ ମୃତ୍ୟୁ ପରେ ପରିବାର ଲୋକେ ଶବକୁ ଯଥାରୀତିରେ ଦାହ କରୁ ଥିଲେ। ହେଲେ ଶବ ସତ୍କାର ଲାଗି ଯାଇଥିବା ନରେନ୍ଦ୍ର ସିଂ ଓ ସୁନ୍ଦର ମୋହନ ସିଂହ ସେଠାରେ ରହି ଯାଇ ସମସ୍ତେ ଗଲା ପରେ ନିଶାସକ୍ତ ହୋଇ ଅଧା ପୋଡ଼ା ଶବକୁ ଟାଣି ସେଥିରୁ ମାଂସ ବାହାର କରି ଖାଉ ଥିଲେ । ଏକଥା ଦେଖି କେହି କହି ଦେବାରୁ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଲା ପୋଲିସ ଆସି ଦୁଇ ଅଭିଯୁକ୍ତଙ୍କୁ ଧରି ଥାନାକୁ ନେଇଛନ୍ତି।
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ଓ ମମତା ନାଏକ ଶହ ମୟୁରଭଞ୍ଜ ଜିଲ୍ଲା ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍







