ଜୱାହରଲାଲ ଇଣ୍ଡୋର୍ ଷ୍ଟାଡିୟମ୍ ରେ ଅଘଟଣ
କଟକ ଗତ କାଲି ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ହାଇକୋର୍ଟ୍ ର 75 ବର୍ଷ ପୁର୍ତ୍ତୀ
ଉପଲକ୍ଷେ କାର୍ଯ୍ୟକ୍ରମ ଥିଲା। ଏହି କାର୍ଯକ୍ରମରେ ମହାମହିମ ରାଷ୍ଟ୍ରପତି ଯୋଗଦେଇ ଥିଲେ। ଏଥି ପାଇଁ ମୁଖ୍ୟ
ଫାଟକ ପାଖରେ ଏକ ତୋରଣ ଲଗାଯାଇଥିଲା, ଆଜି ମଧ୍ୟାହ୍ନ ରେ ଖୁବ୍ ଜୋରରେ ବର୍ଷା ହେବାବେଳେ କିଛି କଲେଜ ପିଲାମାନେ ସେହି ତୋରଣ ତଳେ ଆଶ୍ରୟ ନେଇଥିଲେ, କିନ୍ତୁ ଦୁର୍ଭାଗ୍ୟର କଥା ହଠାତ୍ ତୋରଣ ଟି ଭାଙ୍ଗି ତଳେ ପଡିଯାଇଥିଲା, ଯାହା ଫଳରେ ଜଣେ ଛାତ୍ର ର ମୁଣ୍ଡ ଫାଟି
ଯାଇଥିଲା, ପାଖରେ ଠିଆ ହୋଇଥିବା ପି ସି ଆର୍ ଗାଡି ଆସି ଆହତ ଛାତ୍ର କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲା।
ପ୍ରଶ୍ନ ଉଠୁଛି ଗତ କାଲି ଯଦି ଏହି ଘଟଣା ହୋଇଥାନ୍ତା କିଏ ଦାୟି ହୋଇଥାନ୍ତା, ଏମିତି ଦେଖିଲେ ଇଣ୍ଡୋର୍ ଷ୍ଟାଡିୟମ୍ ଉପରେ ପାଲ ରଶି ପକାଇ ଗତ କାଲିର
ସଭା ସମାପ୍ତ କରିଦେଲେ, ଦେଶର ପ୍ରଥମ
ନାଗରିକ ଙ୍କୁ ଜରି ତଳେ ସଭା କରିଥିବା ଯୋଗୁଁ ସହରରେ ଚର୍ଚା ପାଲଟିଛି। ବୁଦ୍ଧିଜିବୀ ମହଲରେ ଘୋର ନିନ୍ଦା କରାଯାଇଛି। ଏମିତି କଣ ଓଡିଶା ସରକାରଙ୍କ ପାଖରେ ଅର୍ଥ ନାହିଁ ଏହାକୁ
ଠିକ୍ କରିବା ପାଇଁ, ଏହା ପାଇଁ ଦାୟି କିଏ
? ଆଜିର ଘଟଣା ପାଇଁ କିଏ ଦାୟି ,ଉତ୍ତର କିଏ ଦେବ,?





