ଟାଟା ଷ୍ଟିଲ୍ ମେରାମଣ୍ଡଳି ଓ ଢେଙ୍କାନାଳ ଜିଲ୍ଲା ପୁଲିସ୍ ସହଭାଗିତାରେ ବର୍ଷାଋତୁ ଜନିତ ସଡକ ଓ ସ୍ୱାସ୍ଥ୍ୟ ସୁରକ୍ଷା ଅଭିଯାନର ଶୁଭାରମ୍ଭ
ନରେନ୍ଦ୍ରପୁର, ୨୭ ଜୁଲାଇ ୨୦୨୩: ଟାଟା ଷ୍ଟିଲ୍ ମେରାମଣ୍ଡଳି(ଟିଏସ୍ଏମ୍) ର ସୁରକ୍ଷା ବିଭାଗ ଓ ଢେଙ୍କାନାଳ ଜିଲ୍ଲା ପୁଲିସ୍ ସହଭାଗିତାରେ ବର୍ଷା ଋତୁ ସମୟରେ ଏହାର କର୍ମଚାରୀ ଓ ଜନସାଧାରଣଙ୍କ ସଡିକ ଓ ସ୍ଵାସ୍ଥ୍ୟ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବା ପାଇଁ କମ୍ପାନୀର ମୁଖ୍ୟ ଫାଟକ ନିକଟସ୍ଥ ଜାତୀୟ ରାଜପଥ-୫୫ ଠାରେ ଏକ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି । ଏହି ଅଭିଯାନରେ ବର୍ଷାଋତୁ ସମୟରେ ସଡକ ଓ ସ୍ଵାସ୍ଥ୍ୟସୁରକ୍ଷା ପଦକ୍ଷେପ ଗୁଡିକର ମହତ୍ଵ ବିଷୟରେ ସଚେତନତା ପାଇଁ ଲକ୍ଷ୍ୟ ରଖାଯାଇଛି ।
ଢେଙ୍କାନାଳ ଉପଖଣ୍ଡ ଥାନ ଅଧିକାରୀ ବିଭୂତିଭୁଷଣ ମହାପାତ୍ର, କଂଟାବଣିଆ ପୋଲିସ୍ ଷ୍ଟେସନ୍ର ଥାନା ଅଧିକାରୀ ସବିତା ପାତ୍ର, ଢେଙ୍କାନାଳର ଜାତୀୟ ରାଜପଥର ପେଟ୍ରୋଲିଙ୍ଗ୍ ସ୍ଵତନ୍ତ୍ର ପୋଲିସ ଅଧିକାରୀ ଅଭୟ ଚରଣ ସାହୁ, ଟାଟା ଷ୍ଟିଲ୍ କଳିଙ୍ଗନଗର ଓ ଟିଏସ୍ମ୍ର ସୁରକ୍ଷା ମୁଖ୍ୟ ପ୍ରକାଶ ସଞ୍ଜୟ ଏବଂ ଟିଏସ୍ଏମ୍ର ସୁରକ୍ଷା ବିଭାଗ ମୁଖ୍ୟ ଅଭିଷେକଶର୍ମା, ଟିଏସ୍ଏମ୍ବର ସିଏସ୍ଆର ମୁଖ୍ୟ ଦିବ୍ୟାହାସରାୟ ଓ ଟିଏସ୍ଏମ୍ର ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଏହି ଅଭିଯାନକୁ ଶୁଭାରମ୍ଭ କରାଯାଇଥିଲା ।
ଏହି ଅଭିଯାନରେ ଡ୍ରାଇଭର୍, ଯାତ୍ରୀ, କର୍ମଚାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ସୁରକ୍ଷା ପତ୍ରିକାବିତରଣ ଓ ପଥପ୍ରାନ୍ତ ନାଟକଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବର୍ଷାଋତୁ ସମୟରେ ସୁରକ୍ଷା ନିର୍ଦ୍ଦେଶାବଳୀ ଗୁଡିକୁ ଅନୁପାଳନ କରିବାର ଗୁରୁତ୍ଵ ଉପରେ ଦର୍ଶକଙ୍କୁ ସଚେତନ କରିବାକୁ ଆଜି ଏକ ପଥପ୍ରାନ୍ତ ନାଟକ ଆଜି ଆୟୋଜନ କରାଯାଇଥିଲା । ଏହି ନାଟକ ଦ୍ଵାରା ସୁରକ୍ଷିତ ଗାଡିଚାଳନାର ମହତ୍ଵ, ଯାନର ଉପଯୁକ୍ତ ଫିଟ୍ନେସ୍ ବଜାୟରଖୁବା ଏବଂ ବର୍ଷସମୟରେ ଅନ୍ୟ ଯାନଗୁଡିକଠାରୁ ଏକ ସୁରକ୍ଷିତ ଦୂରତା ରଖୁବା ଉପରେ ଗୁରୁତ୍ଵ ପ୍ରଦର୍ଶନ କରଯାଇଛି । ଏହି ଅଭିଯାନଟି ଏକ ସପ୍ତାହ ଧରି ଜାରି ରହିବ । ଏହା ବ୍ୟତୀତ ଏହି ଅଭିଯାନ୍ ମାଧ୍ୟମରେ ବର୍ଷଋତୁ ସମ୍ବନ୍ଧିତ ସ୍ଵାସ୍ଥ୍ୟସମସ୍ୟା ଯେପରିକି ସାପ କାମୁଡିବା, ଡେଙ୍ଗୁ, ମ୍ୟାଲେରିଆ, ଜଳବାହିତରୋଗ ଏବଂ ଉକ୍ତ ସମସ୍ୟାଗୁଡିକରୁ କିଭଳି ସୁରକ୍ଷିତ ରହିହେବ ତାହା ସଚେତନତା ସୃଷ୍ଟି କରାଯିବ ।
ଏହି ଅଭିଯାନ ଟିଏସ୍ଏମ୍ର ପରିଚାଳନା କ୍ଷେତ୍ର ଓ ଆଖପାଖ ଅଂଚଳଗୁଡିକରେ ସୁରକ୍ଷାକୁ ପ୍ରୋତ୍ସାହନ କରିବା ଦିଗରେ ନିଆଯାଉଥିବା ବିଭିନ୍ନ ପ୍ରୟାସର ଏକ ଅଂଶ ଅଟେ।





