ସପକ୍ଷବାଦି ଏବଂ ସୁରକ୍ଷା କର୍ମୀ ଓ ପୋଲିସଛାଉଣୀ ମଧ୍ୟରେ ଟାଟାଷ୍ଟିଲ କମ୍ପାନୀର ଜନଶୁଣାଣୀ।


କେନ୍ଦୁଝର ଜିଲ୍ଲା ଏକ ଖଣିଜବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ବିଭିନ୍ନ ପ୍ରକାରର ଖଣିଜ ପଦାର୍ଥ ରେ ପରିପୂର୍ଣ୍ଣ ଖଣିମାନ ରହିଅଛି। ନିଲାମ ପ୍ରକ୍ରିୟା ରେ ଏହି ଖଣିଗୁଡିକୁ ହାତେଇଥିବା କମ୍ପାନୀ ମାନେ,ପରିବେଷିୟ ମଞ୍ଜୁରୀ ସମ୍ବର୍ଦ୍ଧିତ ଜନଶୁଣାଣୀ କୁ କଳେବଳେ କୌଶଳେ ନିଜ ସପକ୍ଷରେ କରାଇବାରେ ବେଶ୍ ସିଦ୍ଧହସ୍ତ ଭଳି ମନେହୁଏ। ସେହିଭଳି ଏକ ଜନଶୁଣାଣୀ ଶିବିର ଆୟୋଜନ ହୋଇଥିବା ଦେଖିବାକୁ ମିଳିଥିଲା। କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ୍ ଅନ୍ତର୍ଗତ ଗୁରୁଡ଼ା , ପଳସା , ଜଡ଼ିବହାଳ ଓ ଖଣ୍ଡବନ୍ଧ ଗ୍ରାମର 169ହେକ୍ଟର ପରିମିତ ଜମିରେ ଅବସ୍ଥିତ ତିରିଂପାହାଡ ଲୌହ ଓ ମାଙ୍ଗାନିଜ ଖଣିର ଉତ୍ପାଦନ ବୃଦ୍ଧି ନିମନ୍ତେ ଟାଟାଷ୍ଟିଲ କମ୍ପାନୀର ଜନଶୁଣାଣୀ ଶିବିର ଆୟୋଜନ ହୋଇଥିବା ବେଳେ ଟାଟାଷ୍ଟିଲ କମ୍ପାନୀ ର ଏହି ଜନଶୁଣାଣୀ ଶିବିରରେ ଟାଟାଷ୍ଟିଲ କମ୍ପାନୀ ର ସପକ୍ଷବାଦି ଏବଂ ଟାଟାଷ୍ଟିଲ କମ୍ପାନୀର ସୁରକ୍ଷାକର୍ମୀ ଓ ପୋଲିସ ଛାଉଣୀ ମଧ୍ୟରେ ଟାଟାଷ୍ଟିଲ କମ୍ପାନୀର ପରିବେଷିୟ ସମ୍ବର୍ଦ୍ଧିତ ଜନଶୁଣାଣୀ ଶିବିର ଆୟୋଜନ ହୋଇଥିବା ଦେଖିବାକୁ ମିଳିଥିଲା, ଜନଶୁଣାଣି ଶିବିର ଠାରୁ ଅଧିକ ଭିଡ ଖାଇବା ସ୍ଥଳରେ ଜମାଇଥିଲେ ଲୋକେ, ବହୁ ସଂଖ୍ୟାରେ ଲୋକେ ଜନଶୁଣାଣି ସ୍ଥଳକୁ ଯାଇଥିଲେ ସୁଦ୍ଧା ସେମାନଙ୍କୁ ଭିତରକୁ ଯିବାକୁ ନଦେଇ ଖାଇବା ସ୍ଥଳକୁ ପଠାଇଥିଲେ ଟାଟାଷ୍ଟିଲ କମ୍ପାନୀ କେତୃପକ୍ଷ , ଖାଇବା ସ୍ଥଳରେ ମାଂସ ଭାତ ଡାଲି ଦେଖି ଲୋକେ ମଶଗୁଲ ହୋଇଯାଇଥିଲେ। ପ୍ରତେଖ୍ୟ ବା ପରୋକ୍ଷ ଭାବରେ ଟାଟାଷ୍ଟିଲ କମ୍ପାନୀ ସହ ଜଡିତ ଲୋକେ ଜନଶୁଣାଣି ସ୍ଥଳରେ ନିଜନିଜର ମତ ରଖିଥିବା ଦେଖିବାକୁ ମିଳିଥିଲା। ଟାଟାଷ୍ଟିଲ କମ୍ପାନୀ ର ଏହି ଜନଶୁଣାଣୀ କୁ ବିରୋଧ କରିବା ଲୋକଙ୍କୁ ଏତେ ଡର ଥିଲାଯେ, କିଛି ଗଣମାଧ୍ୟମ ପ୍ରତିନିଧି ଜନଶୁଣାଣୀ ଶିବିରକୁ ଯିବା ରାସ୍ତାରେ ଟାଟାଷ୍ଟିଲ କମ୍ପାନୀର ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇ କୁଆଡେ ଯାଉଛ ବୋଲି ପ୍ରଶ୍ନ କରିଥିଲେ, ଉକ୍ତ ଗାଡିରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ମାନେ ନିଜର ପରିଚୟ ଦେବାପରେ ମଧ୍ୟ ସେମାନଙ୍କୁ ଅଟକାଇ ରଖି ସୁରକ୍ଷାକର୍ମୀ କହିଥିଲେକି, କଣ ଆପଣ ମାନଙ୍କୁ ଟାଟାଷ୍ଟିଲ କମ୍ପାନୀ କତୃପକ୍ଷ ଡକାଇଛନ୍ତି, ଆମକୁ ଉପରିସ୍ଥ ଅଧିକାରୀଙ୍କ ଅନୁମତି ମିଳିଲେ ଛାଡ଼ିବୁ କହି ଗେଟ ବନ୍ଦ୍ କରି ରଖିଥିଲେ , ଏବଂ ମୋବାଇଲ ଯୋଗେ ଟାଟାଷ୍ଟିଲ କମ୍ପାନୀ କତୃପକ୍ଷ ଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟାକରି ବିଫଳ ହେବାପରେ କିଛି ସମୟ ପରେ ସୁରକ୍ଷାକର୍ମୀ ମାନେ ଗଣମାଧ୍ୟମ ପ୍ରତିନିଧି ଙ୍କ ଗାଡିକୁ ଛାଡିଥିଲେ। ଏଥିରୁ ସ୍ପଷ୍ଟ ଭାବରେ ବାରିହୁଏ କି ଟାଟାଷ୍ଟିଲ କମ୍ପାନୀର ଏହି ଜନଶୁଣାଣୀ ଶିବିର କେତେ ସ୍ବଚ୍ଛତା ମଧ୍ୟରେ ଆୟୋଜନ କରାଯାଇଥିବ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।





