ସଂପାଦକୀୟ,
ମହାଶୟ,
ଖୁବ୍ ଶୀଘ୍ର ରାଜ୍ୟ ଓ କେନ୍ଦ୍ରରେ ପୁଣି ଏକ ନିର୍ବାଚନ ହେବ। କିଏ ଗଢ଼ିବ ସରକାର ସେଥିପାଇଁ ଭୋଟ ପଡିବ। ଏଥିପାଇଁ ସବୁ ଦଳ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ମୁଖ୍ୟତଃ ଏକ ଆକଳନ ଅନୁସାରେ ଇଣ୍ଡିଆ ରାଜନୈତିକ ସଙ୍ଗଠନ(ମେଣ୍ଟ) ଓ ଏନ୍ ଡି ଏ ମଧ୍ୟରେ ଟକ୍କର ଲାଗିବ। ଯାହା କି କେନ୍ଦ୍ରରେ ଏକ ସରକାର ଗଠନ କରିବ। ଏଥିରେ ଆଞ୍ଚଳିକ ଦଳ ଗୁଡ଼ିକର ବିଶେଷ ଗୁରୁତ୍ଵ ରହିବ। ଏହା ଉପରେ ସାରା ଦେଶରେ ସମସ୍ତଙ୍କ ନଜର ରହିଥିବା ବେଳେ ବିଶ୍ଵ ମଧ୍ୟ ଏହି ନିର୍ବାଚନ ପାଇଁ ନଜର ଲଗେଇ ବସିଛି। ଏଥିରେ ମୁଖ୍ୟତଃ ଦେଶୀ ଓ ବିଦେଶୀ ପୁଞ୍ଜି ନିବେଶକ ମାନେ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି। ଯେଉଁ ମାନେ ଆରବ ଆରବ ଡଲାର ପୁଞ୍ଜି ଭାରତ ବର୍ଷରେ ନିବେଶ କରିଛନ୍ତି ଓ ଆଗକୁ କରିବେ। ସେହିପରି ମିତ୍ର ରାଷ୍ଟ୍ର ମାନେ ମଧ୍ଯ ନିଜ ନିଜର ଉଦ୍ଦେଶ୍ୟ ପୁରଣ ଓ ସହଯୋଗ ଆଶା ରଖି ଆଗାମୀ ନିର୍ବାଚନ କୁ ନେଇ ଉତ୍କଣ୍ଠା ପ୍ରକାଶ କରିଛନ୍ତି। ତେବେ ଏହି ଦୁଇ ମେଣ୍ଟରେ ଯୋଗ ଦେଇ ନଥିବା ଆଞ୍ଚଳିକ ଦଳ ପ୍ରତ୍ୟେକ ବାହାରୁ ସମର୍ଥନ ଦେଇ ସରକାର ଗଠନରେ ସହାୟକ ହେବେ ଓ ନିଜର ଦାବି ପୂରଣ ପାଇଁ ଦାବି କରିବେ ବୋଲି ପ୍ରତିଶୃତି ପରେ ସମର୍ଥନ ଦେଇ ପାରନ୍ତି। ଅନ୍ୟଥା ଏଥିରୁ ବାଦ୍ ପଡିବା ସ୍ଵାଭାବିକ।
ତେବେ ଆସନ୍ତୁ ବିଚାର କରିବା ଯେ ଦେଶର କେଉଁ ସ୍ୱାର୍ଥକୁ ଦେଖି ଭୋଟର୍ ଭୋଟ ଦେବେ। ପ୍ରଥମେ ଦେଶର ସୁରକ୍ଷା, ଅର୍ଥନୀତି ଅଭିବୃଦ୍ଧି, ଶିକ୍ଷାନୀତି, ସ୍ଵାସ୍ଥ୍ୟନୀତି, ସରକାରଙ୍କ ପକ୍ଷରୁ ମାଗଣା ସେବା, ମାଗଣା ରାସନ୍, ମାଗଣା ଆର୍ଥିକ ଅନୁଦାନ, ରାସ୍ତା ଘାଟ ନିର୍ମାଣ ବା ସଡ଼କ ପଥ, କୃଷି ଓ କୃଷକ ନୀତି, ବୈଜ୍ଞାନିକ ବିଶ୍ଳେଷଣ, ନୂତନ ପ୍ରକଳ୍ପ ଓ କଳକାରଖାନା ଏବଂ ରପ୍ତାନି, ବୈଦେଶିକ ମୁଦ୍ରା ଆୟ, ରୋଜଗାର ଓ ସରକାରୀ ଚାକିରୀ ପ୍ରଦାନ, ଉଚ୍ଚ ଶିକ୍ଷା ବ୍ୟବସ୍ଥା, ଗତ ନିର୍ବାଚନରେ କରିଥିବା ପ୍ରତିଶୃତି ପୂରଣ, କେଉଁ ସରକାର ଦେଶକୁ ଆର୍ଥିକ ଅଭିବୃଦ୍ଧି କରୀ ଦେଶର ଋଣ ଭାର ହ୍ରାସ କରିବେ, ନ୍ୟାୟ ପ୍ରଦାନରେ କେଉଁ ଦଳ ସର୍ବାଧିକ ଲୋକପ୍ରିୟ, କ୍ରାଇମ୍ ବା ଅପରାଧ ରୋକିବାରେ ସଫଳତା ବା ବିଫଳତା, ବିଦେଶୀ ନୀତି, ସ୍ବାବଲମ୍ବୀ ନୀତି ଓ ଆଞ୍ଚଳିକ ନୀତି ଏବଂ ଦାବି ପୂରଣ ଗୁଡ଼ିକ ସହ ଅନ୍ୟାନ୍ୟ ଇସସ୍ୟୁ ରହିବ। ବିଶେଷ କରି ନାରୀ ସୁରକ୍ଷା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିବ।
ମିଡିଆ ଆକଳନ ଅନୁସାରେ ବିଜେପି କୁ (ଏନ୍ ଡି ଏ) ବର୍ତ୍ତମାନ ସ୍ଥିତିରେ ନିର୍ବାଚନ ହେଲେ ବହୁମତ ମିଳିବ ଓ କଂଗ୍ରେସ (ଇଣ୍ଡିଆ) ମୁଖ୍ୟ ବିରୋଧୀ ଦଳର ସମ୍ମାନ ପାଇବ।
ତେବେ ଏହି ଆକଳନ ବା ପୂର୍ବାନୁମାନ କାହାକୁ ଆଶା ଦେଉଥିବା ବେଳେ କାହାକୁ ନିରାଶ କରିଛି। ତେବେ ଉଭୟ ମେଣ୍ଟ ନିଜର ଭୁଲ୍ ସୁଧାରି ଆଗାମୀ ନିର୍ବାଚନ ବେଳକୁ ନିଜ ନିଜ ସିଟ ସଂଖ୍ୟା ବଢ଼ାଇବାକୁ ଚେଷ୍ଟା ନିଶ୍ଚୟ କରିବେ।
ତେବେ ମୁଖ୍ୟତଃ ଓଡ଼ିଶାରେ ପୁଣି ଶଙ୍ଖ ଓ ନବୀନ ପଟ୍ଟନାୟକ ବା ବିଜେଡି ଦଳ ସଂଖ୍ୟା ଗରିଷ୍ଠ ହାସଲ କରିବା ନେଇ ମିଡିଆ ପୂର୍ବାନୁମାନ କରିଥିବା ଜଣା ପଡ଼ିଛି।
ସମୟ ହାତରେ ଡୋରୀ ଓ ଦେଶ ଓ ରାଜ୍ୟର ଭବିଷ୍ୟତ। ଭବିଷ୍ୟତ ସାଧାରଣ ଭୋଟର୍ ଙ୍କ ହାତରେ।
ଆମେ ଗଢ଼ିବା ଦେଶର ଭାଗ୍ୟ ଓ ଆମେ ଗଢ଼ିବା ରାଜ୍ୟର ଭାଗ୍ୟ।
ଓଡ଼ିଶା ରାଜ୍ୟରେ ପଡୋଶୀ ଆନ୍ଧ୍ର ପ୍ରଦେଶ ଓ ଝାଡ଼ଖଣ୍ଡ ଛତିଶଗଡ ର ହସ୍ତକ୍ଷେପ କେଉଁ ଦଳ ପାଇଁ କଣ ତୀର ଚାଳନା କରିବ ତାହା ଭୋଟର୍ କହିବେ।
ଜୟ ହିନ୍ଦ୍, ଜୟ ଭାରତ




