ଢେଙ୍କାନାଳ ଜିଲ୍ଲା ରାମେଶ୍ବରପୁର ରୁ ଉଦ୍ଧାର ହେଲା ନାଗ ସାପ ଓ୨୧ ଟି ଅଣ୍ଡା।
ରାମେଶ୍ଵରପୁର ର ବିଭାସ୍ ପୁହାଣ ଙ୍କ ଘରେ ଏକ ନାଗସାପ ଦେଖିବାକୁ ପାଇଥିଲେ। ସାପ ଟିକୁ ଦେଖି ଭୟଭୀତ ହୋଇଯାଇଥିଲେ ଘର ଲୋକ ସଙ୍ଗେ ସଙ୍ଗେ ସାପ ଉଦ୍ଧାର କାରି ଙ୍କୁ ଖବର ଦେଇଥିଲେ ସାପ ଉଦ୍ଧାର କାରି ର ସଦସ୍ୟ ସୂର୍ଯ୍ୟକାନ୍ତ ବେହେରା ଘଟଣା ସ୍ଥଳରେ ପହଞ୍ଚି ଥିଲେ ଓ ସାପ ଟିକୁ ଉଦ୍ଧାର କରିବା ସମୟରେ ତାଙ୍କ ନଜର ରେ ସାପ ଅଣ୍ଡା ଦେଖିବାକୁ ପାଇଥିଲେ ଓ ସେହି ସ୍ଥାନରୁ ସାପ ସହିତ ୨୧ ଟି ଅଣ୍ଡା କୁ ଉଦ୍ଧାର କରିଥିଲେ ଉଦ୍ଧାର କାରି।୨୧ ଟି ଅଣ୍ଡା ମଧ୍ୟରୁ ୯ ଟି ଅଣ୍ଡା ରୁ ସାପ ଛୁଆ ବାହାରି ଯାଇଥିବାର ସୂଚନା ଦେଇଛନ୍ତି ସୂର୍ଯ୍ୟକାନ୍ତ।
ଏହିପରି ଘଟଣା କୁ ଆଖି ଆଗରେ ଦେଖି ଭୟଭୀତ ସୋଇଯାଇଛନ୍ତି ରାମେଶ୍ବରପୁର ବାସି। ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା ନାଗସାପ ଟିକୁ ବନବିଭାଗ ଙ୍କ ଦ୍ୱାରା ତାର ପ୍ରାକୁତିକ ଆବାସ ସ୍ଥଳିରେ ଛାଡିଦେଈଥିଲେ ଓ ଅଣ୍ଡା ରୁ କିପରି ସାପ ଛୁଆ ବାହାରିବେ ସେଥିପାଇଁ ଅଣ୍ଡା କୁ ସୁରକ୍ଷିତ ଜାଗାରେ ରେ ରଖିଦେଇଥିଲେ ସୂର୍ଯ୍ୟକାନ୍ତ।





