ଅସହାୟଙ୍କ ଭରସାର କେନ୍ଦ୍ରବିନ୍ଦୁ ସାଜିଛି ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଭରସା ପରିବାର
ପାଟଣା ବ୍ଲକ ପଲାଣଘାଟି ପଞ୍ଚାୟତ ଗୋଧିରାମପଡ଼ା ଗ୍ରାମର ବୁରୁ ସାହିର ମାନସିଂହ ମୁଣ୍ଡା ୪ବର୍ଷ ପୂର୍ବରୁ ରୋଗାକ୍ରାନ୍ତ ହୋଇ ମୃତ୍ୟୁବରଣ କରିବା ପରେ ସ୍ତ୍ରୀ ସୋମବାରୀ ମୁଣ୍ଡା ମୂଲ ମଜୁରୀ କରି ଦୁଇ ନାବାଳକ ପୁଅଙ୍କ ଭରଣପୋଷଣ କରୁଥିଲେ । ସୋମବାରୀ ମୁଣ୍ଡା ମଧ୍ୟ ରୋଗାଗ୍ରସ୍ତ ହୋଇ ମୃତ୍ୟୁବରଣ କରିବା ପରେ ଅନାଥ ହୋଇ ଅସହାୟ ଅବସ୍ଥାରେ ରହୁଥିବା ଖବର ଖବରକାଗଜ ମାଧ୍ୟମରେ ସୂଚନା ପାଇ ଭରସା ପରିବାର ପକ୍ଷରୁ ଶୁଦ୍ଧିକ୍ରିୟା ସହାୟତା ପ୍ରଦାନ କରାଯାଇଥିଲା । ରକ୍ତଦାନ, ଚାରାରୋପଣ, ଅସହାୟଙ୍କୁ ସହଯୋଗ ଓ ସଚେତନତା ମାଧ୍ୟମରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ପ୍ରୟାସ ଭଳି ସେବା କାର୍ଯ୍ଯ କରି ଦୁଃଖୀ ଲୋକଙ୍କ ଭରସା ସାଜିଛି ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଭରସା ପରିବାର । ଗଣମାଧ୍ୟମରୁ ଖବର ପାଇ ସଭାପତି ଲମ୍ବୋଦର ମହାନ୍ତଙ୍କ ନିର୍ଦ୍ଦେଶକ୍ରମେ ପାଟଣା ବ୍ଲକ ସଭାପତି ଭରତ ଚନ୍ଦ୍ର ମହାନ୍ତ, ଉପଦେଷ୍ଟା ପ୍ରେମଚାନ୍ଦ ପୃଷ୍ଟିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଦସ୍ୟ ମଳୟ କୁମାର ବେଜ, ମହେଶ୍ବର ମହାନ୍ତ, ରାମଚନ୍ଦ୍ର ସୋରେନ, ଘନଶ୍ୟାମ ମହାନ୍ତ, ସାଧୁଚରଣ ହେମ୍ବ୍ରମ, କୃଷ୍ଣଚନ୍ଦ୍ର ମହାନ୍ତ, ବାସନ୍ତୀ ମହାନ୍ତ, ମିନତୀ ମହାନ୍ତ, କୁଆଁର ମାଝୀ, ରବିନନ୍ଦନ ମହାନ୍ତ, ଦିପୁ ପାତ୍ର, ମହେଶ୍ବର ମାଝୀ ଓ ହିନ୍ଦୁ ମାଝୀ ପ୍ରମୁଖ ଅସହାୟ ଅନାଥ ଆଦିବାସୀ ନାବାଳକ ପିଲାଙ୍କୁ ଶୁଦ୍ଧିକ୍ରିୟା ପାଇଁ ଆବଶ୍ୟକୀୟ ରେସନ ସାମଗ୍ରୀ, ଶୁଖିଲା ଖାଦ୍ୟ ଓ ନୂତନ ବସ୍ତ୍ର ପ୍ରଦାନପୂର୍ବକ ସମବେଦନା ଜଣାଇଥିଲେ । ଅଳ୍ପଦିନ ମଧ୍ୟରେ ପାଟଣା ବ୍ଲକର ଟାଙ୍ଗରପଡ଼ା, ମାଧପୁର, ମହୁଲଡିହା ଭଳି ବିଭିନ୍ନ ଗ୍ରାମରେ ଅସହାୟଙ୍କ ଶବସତ୍କାର ସହିତ ଶୁଦ୍ଧିକ୍ରିୟା ସହାୟତା ପ୍ରଦାନ କରି ଅସହାୟଙ୍କ ଦୁଃଖର ସାଥୀ ସାଜିଛି ଭରସା ପରିବାର । ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ରୋଗାକ୍ରାନ୍ତ ଅବସ୍ଥାରେ ଡାକ୍ତରଖାନା ପରିବର୍ତ୍ତେ ଗୁଣି ଗାରେଡ଼ିକୁ ଭରସା କରିବା ତଥା ଦେଶୀ ମଦର ବହୁଳ ବ୍ୟବହାର ପାରିବାରିକ ଦାୟିତ୍ବରୁ ଦୂରେଇ ଅଳ୍ପ ବୟସରେ ମୃତ୍ୟୁବରଣ କରୁଥିବା କଥା ଆଞ୍ଚଳିକ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି । ବର୍ତ୍ତମାନ ସମୟରେ ଅର୍ଥନୈତିକ ଦୌଡ଼ରେ ନିଜର ଲୋକର ଦୁଃଖ ସମୟରେ ଦୂରେଇ ରହୁଥିବା ବେଳେ ଭରସା ପରିବାର ଅଜଣା ଅଚିହ୍ନା ଅସହାୟଙ୍କ ଦୁଃଖ ସମୟରେ ଆର୍ଥିକ, ସାମଗ୍ରିକ ତଥା ମାନସିକ ସେବା କାର୍ଯ୍ୟକୁ ଗ୍ରାମବାସୀମାନେ ପ୍ରଶଂସା କରିଥିଲେ
କେନ୍ଦୁଝର ରୁ ରତି ରଞ୍ଜନ ଓ ପ୍ରଶାନ୍ତ ପ୍ରଦାନ୍ ଶହ ପାଟଣା ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍




