ଏଚଆଇଭି|ଏଡ୍ ସ ସଚେତନତା ଉପରେ ଯୁବ ମହୋତ୍ସବ ପାଳିତ ।
ଅନୁଗୋଳ ତା, ୦୯୦୮: ଏଚଆଇଭି|ଏଡ୍ସ ସଚେତନତା ଉପରେ ଯୁବ ମହୋତ୍ସବ ୨୦୨୩-୨୪ ପାଳନ ଅବସରରେ ଗତକାଲି ଅନୁଗୋଳ ଜିଲ୍ଲାର ବିଭିନ୍ନ କଲେଜର ଛାତ୍ରଛାତ୍ରୀ ମାନଂକ ମଧ୍ୟରେ ଏକ ଗଣ ଦୌଡର ଆୟୋଜନ କରାଯାଇଥିଲା । ଉକ୍ତ ଗଣଦୌଡ ବିଜୁ ମଲଦାନଠାରେ ଆରମ୍ଭ ହୋଇ କଲେଜ ଛକ,ମିଶ୍ରପଡା,ବିଭିଡି କଲେଜ ଛକ ଦେଇ ପୁନଶ୍ଚ ବିଜୁ ମଇଦାନରେ ଶେଷ ହୋଇଥିଲା । ପ୍ରାରମ୍ଭରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟର୍ପଣ ପରେ ଗଣଦୌଡକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା.ତ୍ରିଲୋଚନ ପ୍ରଧାନ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉକ୍ତ ଗଣଦୌଡରେ ବିଭିନ୍ନ ମହାବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଉଦଘାଟନୀ ଉତ୍ସବରେ କେନ୍ଦ୍ରୀୟ ବିଦ୍ୟାଳୟ ଓ ସରସ୍ବତୀ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନେ ଡ୍ରମବାଦ୍ୟ ବାଦନ କରି ଗଣଦୌଡର ଛାତ୍ରଛାତ୍ରୀ ମାନଂକୁ ଉତ୍ସାହିତ କରିଥିଲେ । ଏହି ଗଣଦୌଡର ପ୍ରଥମ ୧୦ ଜଣଂକୁ ଯୁବ ମହୋତ୍ସବ ପାଳନ ଉପଲକ୍ଷେ ଆୟୋଜିତ ସଭାରେ ଅର୍ଥରାଶି ଏବଂ ମେଡାଲ ମୁଖ୍ୟ ଅତିଥୁ ଓ ସମ୍ମାନୀତ ଅତିଥୁ ମାନଂକ ଦ୍ବାରା ପ୍ରଦାନ କରାଯାଇଥିଲା । ଉକ୍ତ ସଭାରେ ପ୍ରଥମେ ଜିଲ୍ଲା ଏଡସ ନିୟନ୍ତ୍ରଣ ଅଧିକାରୀ ଡା.ବିଶ୍ବ ବିହାରୀ ମହାନ୍ତି ଅତିଥୁ ମାନଂକୁ ସ୍ବାଗତ କରିଥିଲେ । ପରେ ଡିପିଏମ ଏନ୍ ଏଚ୍ ଏମ୍ ୧୦୯୭ ଏଚ ଆଇଭି ଏଡସ୍ ନିଃଶୁଳ୍କ ନମ୍ବରରେ ଫୋନ କରିବା ପାଇଁ ଏକ ଶପଥପାଠ କରାଇଥିଲେ । ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟର ସିଏସଏସଆରର ମୁଖ୍ୟ ଅଧିକାରୀ ଶ୍ରୀ ଆଶୁତୋଷ ମିଶ୍ର,ମୁଖ୍ୟ ଚିକିତ୍ସକ ଡ.ସତ୍ୟଞ୍ଜୟ ସାହୁ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସମ୍ମାନୀତ ଅତିଥୁ ଭାବେ ଯୋଗ ଦେଇଥିଲେ। ଉଦଘାଟନୀ ଉତ୍ସବରେ ରୋଟାରୀ ପବ୍ଲିକ ସ୍କୁଲ ଏବଂ ଶଂକର ରୁକ୍ମଣି ଫାର୍ମାସିଷ୍ଟ କଲେଜର ଛାତ୍ରୀମାନେ ଏଚଆଇଭି|ଏଡ୍ସ ଉପରେ ସାମୁହିକ ନୃତ୍ୟ ପରିବେଷଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଫାଉଣ୍ଡେସନ୍ର ସି ଏସ୍ ଆର ସହାୟତାରେ ସଫଳତାର ସହ ଆୟୋଜନ କରାଯାଇଥିଲା । ଶେଷରେ ଏ ଆର ଟି ସେଣ୍ଟରର ସିନିୟର ମେଡିକାଲ ଅଫିସର ଡ.ସାମୃତ ସାଗର ମିଶ୍ର ଧନ୍ୟବାଦ ଦେଇଥିଲେ।






