(ବର୍ଷିଆନ ସାମ୍ବାଦିକ ଙ୍କ ବିୟୋଗରେ ଶୋକ ର ଛାୟା )
ଜଗତସିଂହପୁର
ତା =12/8/23
ଜଗତସିଂହପୁର ଜ଼ିଲ୍ଲା ର ବର୍ଷିଆନ ବିଶିଷ୍ଟ ସାମ୍ବାଦିକ ବୈଦ୍ୟନାଥ ପରିଡା ଙ୍କ ର ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ଟରଖାନରେ ବିୟୋଗ ଘଟିବା ପରେ ଜନ୍ମ ମାଟି ଜଗତସିଂହପୁର ବ୍ଲକ ଅନ୍ତର୍ଗତ ପଟଣା ବନମାଳିପୁର ତଥା ଆଁଖପାଖ ଗ୍ରାମରେ ଶୋକ ର ଛାୟା ଖେଳିଯାଇଛି | ସ୍ବର୍ଗତ ବୈଦ୍ୟନାଥ ପରିଡା ଙ୍କ ର ମୃତ୍ୟୁ ବେଳ କୁ ସତାନବେ ବର୍ଷ ବୟସ ହୋଇଥିଲା | ସେ ଜଣେ ମିଷ୍ଟଭାଶି, ଧର୍ମ ପାରାୟଣ, ସମାଜସେବୀ, ସୁସାହିତିକ, ଓ ଗାନ୍ଧିବାଦୀ ବ୍ୟକ୍ତି ଭାବରେ ଜଗତସିଂହପୁର ଜ଼ିଲ୍ଲା ରେ ବେଶ ପରିଚିତ | ସେ ଅଭିଭକ୍ତ କଟକ ଜ଼ିଲ୍ଲା ର ଜଣେ ବିଶିଷ୍ଟ ସାମ୍ବାଦିକ ଥିଲେ | ଦୈନିକ ସମାଜ, ପ୍ରଜାତନ୍ତ୍ର, ସମ୍ବାଦ, ମାତୃଭାଷା,ଆଶା,ହିନ୍ଦୁ ସ୍ଥାନ ସମାଚାଟ,ଆଦି ସମ୍ବାଦପତ୍ର ରେ ସାମ୍ବାଦିକ ଭାବେ କାର୍ଯ୍ୟ କରି ବେଶ ପ୍ରସଂଶିତ ଥିଲେ |ସ୍ଥାନୀୟ ନାଲିବାର ହାଇସ୍କୁଲ ଓ ମୋହିଉଁଦିନପୁର ଉଚ୍ଚ ବିଦ୍ୟାଳୟ କାର୍ଯ୍ୟକାରୀ କମିଟି ର ସଭ୍ୟ ଥିଲେ | ଏହା ସହିତ ବିଭିନ୍ନ ଗଣ ସଂଗଠନ, ଧାର୍ମିକ, ଶିକ୍ଷନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ, ସହିତ ଯଦିତଥିଲେ | ରାସ୍ତା ଘାଟ ନିର୍ମାଣ, ସ୍କୁଲ ପ୍ରତିଷ୍ଠା, ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟରେ ନିୟୋଜିତ ଥିଲେ | ଏହି ବର୍ଷିଆନ ସାମ୍ବାଦିକ ଙ୍କ ବିୟୋଗରେ ଜ଼ିଲ୍ଲା ଜଣେ ସୁଯୋଗ୍ୟ ସନ୍ତାନ କୁ ହରାଇଛି | ଏଥିନେଇ ଶତାଧିକ ଜନ ସାଧାରଣ ସାପୁର ସ୍ଥିତ ସାମାଛକରୁ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ | ବିଶିଷ୍ଟ କଂଗ୍ରେସ ନେତା ନଟବର ବାରିକ, ସରପଞ୍ଚ ସ୍ୱରୂପ ମହାନ୍ତି, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜ଼ିଲ୍ଲା କାର୍ଯ୍ୟରତ ସମସ୍ତ ସାମ୍ବାଦିକ ମର ଶରୀର ଉପରେ ପୁଷ୍ପମାଲ୍ୟ ଅର୍ପଣ କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

April 19, 2026/
No Comments



