ରାଉରକେଲାର ନାଲା ରୋଡ ଲେବର ମାର୍କେଟରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଓ ଓ.ୟୁ.ଡବ୍ଲୁ.ଏସ.ଏସ ବୋର୍ଡ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରମ ଓ ଇ.ଏସ.ଆଇ ବିଭାଗ ମାନ୍ୟବର ମନ୍ତ୍ରୀ, ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକଙ୍କ ସମେତ ରାଉରକେଲାର ଯୁଗ୍ମ ଶ୍ରମ କମିଶନର, ରାଉରକେଲାର ଡି.ଏଲ.ଓ, ସହକାରୀ ଶ୍ରମ ଅଧିକାରୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ନିର୍ମାଣ ଶ୍ରମିକମାନଙ୍କୁ ୧୫ଟି ପରିଚୟପତ୍ର ମଧ୍ୟ ବଣ୍ଟନ କରାଯାଇଥିଲା। ଉକ୍ତ ଶ୍ରମ ବଜାରରେ ୨୦୦ରୁ ଅଧିକ ସଂଖ୍ୟକ ନିର୍ମାଣ ଶ୍ରମିକ ଉପସ୍ଥିତ ରହି ଅଧିକ ସଚେତନତା ସୃଷ୍ଟି ପାଇଁ ସମସ୍ତ ଶ୍ରମିକଙ୍କୁ ଲିଫ୍ଲେଟ୍ ବଣ୍ଟନ କରିଥିଲେ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-9-scaled.jpg)


