ଭୁବନେଶ୍ବରରେ ଆୟୋଜିତ ହେବ ଆନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ
ପୁଷ୍ଟିଶସ୍ଯ ମିଲେଟ୍ର ବ୍ୟାପକ ପ୍ରଚାର ଦିଗରେ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ
@krushibibhag
ପକ୍ଷରୁ ଚଳିତ ବର୍ଷ ନଭେମ୍ବର ୯ ଓ ୧୦ ଦୁଇଦିନ ଧରି ଭୁବନେଶ୍ବର ଜନତା ମୈଦାନରେ ଆୟୋଜିତ ହେବ ଆନ୍ତର୍ଜାତିକ ମିଲେଟ୍ ସମ୍ମିଳନୀ।
ଏହି ସମ୍ମିଳନୀରେ ବିଭିନ୍ନ ସରକାରୀ ବିଭାଗ, କେନ୍ଦ୍ରୀୟ ସଂସ୍ଥା, ବେସରକାରୀ ଅଂଶୀଦାର, କୃଷକ ଓ କୃଷି ଉତ୍ପାଦକ ଗୋଷ୍ଠୀ, ମହିଳା ଏସ୍ଏଚଜି ଏବଂ ଗବେଷଣା ପ୍ରତିଷ୍ଠାନ ଆଦି ଯୋଗଦାନ କରିବେ। ଏହି ଅବସରରେ ବିଭିନ୍ନ ଆଲୋଚନାଚକ୍ର, ପ୍ରଦର୍ଶନୀ ମଣ୍ଡପ, କୃଷି ଯନ୍ତ୍ରପାତିର ଷ୍ଟଲ୍ ଛାତ୍ରଛାତ୍ରୀଙ୍କ ମଧ୍ଯରେ କୁଇଜ୍ ଓ ପ୍ରବନ୍ଧ ପ୍ରତିଯୋଗିତା ଆଦି ଆୟୋଜନ କରାଯିବ।
ମିଲେଟ୍ ଉପରେ ଆସନ୍ତା ୧୦ ବର୍ଷ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବା ନିମନ୍ତେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି। ସମ୍ମିଳନୀରେ ମିଲେଟ୍, ଜଳବାୟୁ ପରିବର୍ତ୍ତନ, ନିରନ୍ତର ଓ ପୁନଃ ଉତ୍ପାଦନଶୀଳ କୃଷିକୁ କେନ୍ଦ୍ର କରି ଏକ ଚଳଚ୍ଚିତ୍ର ପ୍ରତିଯୋଗିତା ଆୟୋଜନ କରାଯିବ।




