ବିଭିନ୍ନ ଦାବୀ ନେଇ ଜାତିୟ କଂଗ୍ରେସ ଦଳ ପକ୍ଷରୁ ଯୋଡା ବ୍ଲକ ଘେରାଉ ଓ ଧାରଣା।
କେନ୍ଦୁଝର ଜିଲ୍ଲା ଏକ ଖଣିଜ ବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାର ଏକ ନିଜସ୍ୱ ପାଣ୍ଠି, ଜିଲ୍ଲା ଖଣିଜ ପାଣ୍ଠି ରହିଅଛି। ଏବଂ ଏହି ଜିଲ୍ଲାର ବିଭିନ୍ନ ଉର୍ଣ୍ଣତି ମୂଳକ କାର୍ଯ୍ୟ ଏହି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ରୁ ବେୟବରାଦ ହୋଇଥାଏ, କିନ୍ତୁ ଅନେକ ସମୟରେ ଦେଖାଯାଏ କି ବିଭାଗୀୟ ଅଧିକାରୀ ଓ ଠିକାଦାରମାନଙ୍କ ମଧୁଚନ୍ଦ୍ରିକା ଯୋଗୁ ଅନେକ ନିମ୍ନ ମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହୁଏ। ଯାହାକୁ ନେଇ ଡେରିରେ ହେଲେ ମଧ୍ୟ ଜାତିୟ କଂଗ୍ରେସ ଦଳର ନେତାଙ୍କ ନିଦ ଭାଙ୍ଗିଥିବା ମନେହୁଏ। ବିଭିନ୍ନ ଦାବୀ ଓ ବିଭିନ୍ନ କାର୍ଯ୍ୟରେ ଦୁର୍ନୀତି କୁ ନେଇ କଂଗ୍ରେସ ଦଳ ପକ୍ଷରୁ କେନ୍ଦୁଝର ଜିଲ୍ଲାର ଯୋଡା ବ୍ଲକ ରେ ଧାରଣା ଦେବା ସହ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଥିବା ସୂଚନା। କଂଗ୍ରେସ ଦଳର ଆଞ୍ଚଳିକ ନେତା ଯଦୁମଣି ବାରିକ୍ ଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ବିଶାଳ ପଦଯାତ୍ରାରେ ଆସି ଯୋଡା ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରାଯାଇଥିବା ଦେଖିବାକୁ ମିଳିଥିଲା ଏବଂ ରାଜ୍ୟର ମହାମହିମ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଯୋଡା ବିଡିଓ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ଦେଖିବାକୁ ମିଳିଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ର ଙ୍କ ରିପୋର୍ଟ।





