ଡେଙ୍ଗୁ ପ୍ରତିରୋଧ ପାଇଁ ଭୁବନେଶ୍ୱରର ଲଜ ଓ ଗେଷ୍ଟ ହାଉସ ମାନଙ୍କ ନିମନ୍ତେ ସ୍ଵତନ୍ତ୍ର ନିର୍ଦ୍ଦେଶନାମା ଜାରି କରିବା ଦାବିରେ ବିଏମସି କମିଶନରଙ୍କୁ ଦାବିପତ୍ର ପ୍ରଦାନ
ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ ପ୍ରତିରୋଧ ପାଇଁ ଛୋଟ ଛୋଟ ଲଜ ଓ ଗେଷ୍ଟ ହାଉସ ମାନଙ୍କ ଉପରେ ସ୍ଵତନ୍ତ୍ର ନିର୍ଦ୍ଦେଶନାମା ଜାରି କରିବା ପାଇଁ ବି ଏମ୍ ସି କମିଶନର ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ମହୋଦୟଙ୍କୁ ରାଷ୍ଟ୍ରୀୟ ବିକାଶ ସେନା ତରଫରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।ସେନାର ସଭାପତି ଶ୍ରୀ କେ ବାଲାରାଜୁ ଆଚାରୀଙ୍କ ନେତୃତ୍ୱରେ ଆଜି ଏକ ପାଞ୍ଚ ଜଣିଆ ପ୍ରତିନିଧି ମଣ୍ଡଳୀ ବି ଏମ୍ ସି କମିଶନର ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଙ୍କୁ ସତ୍ୟ ନଗର ସ୍ତିତ ବି ଏମ୍ ସି କାର୍ଯ୍ୟାଳୟରେ ଦେଖାକରି ରାଜଧାନୀରେ ଚାଲିଥିବା ଡେଙ୍ଗୁ ଜ୍ଵର ର ପ୍ରକୋପରୁ କେମିତି ଲୋକଙ୍କୁ ସୁରକ୍ଷିତ ରଖା ଯାଇ ପାରିବ ଏବଂ ସେ ବାବଦରେ ରାଜଧାନୀରେ ଥିବା ଛୋଟ ଛୋଟ ଲର୍ଡ, ଓ ଗେଷ୍ଟ ହାଉସ ଗୁଡ଼ିକ କେମିତି ଅବ୍ୟବସ୍ଥା ଘେରରେ ଲୋକଙ୍କୁ ରଖୁଛନ୍ତି ଏବଂ ସେମାନଙ୍କ ବିରୁଦ୍ଧରେ ଏକ ସ୍ବତନ୍ତ୍ର ନିର୍ଦ୍ଧେଶନାମା ଜାରି କରିବା ପାଇଁ କମିଶନରଙ୍କୁ ଅନୁରୋଧ କରା ଯାଇଛି।କାରଣ ରାଜଧାନୀ ରେ ଥିବା ଛୋଟ ଛୋଟ ଲର୍ଡ ଓ ଗେଷ୍ଟ ହାଉସ ଗୁଡିକରେ ପ୍ରତିଦିନ ହଜାର ହଜାର ଲୋକ ରାଜ୍ୟର ବିଭିନ୍ନ ସ୍ଥାନରେ ଆସି ରହୁଛନ୍ତି। ଯୋଉଠାରେ ସ୍ୱଚ୍ଛତା ବଜାଇ ରଖିବା ପାଇଁ କୌଣସି ବ୍ୟବସ୍ଥା ରହିଥିବା ନଜରକୁ ଆସୁ ନାହିଁ । ଯାହା ଫଳରେ ଏହି ଲୋର୍ଜ୍ ଗୁଡିକ ରେ ରହୁଥିବା ଲୋକମାନେ ଡେଙ୍ଗୁ ଜ୍ଵର ରେ ଆକ୍ରାନ୍ତ ହୋଇ ନିଜ ଗାଁ କୁ ଗଲା ପରେ ସେଠାରେ ଅନ୍ୟ ଲୋକଙ୍କୁ ସଂକ୍ରମିତ କରିବାର ସମ୍ଭାବନା ରହୁଛି। ଯାହା ଫଳରେ ରାଜଧାନୀ ରୁ ଡେଙ୍ଗୁ ବହାରି ସମଗ୍ର ରାଜ୍ୟରେ ବ୍ୟାପିବାର ସମ୍ଭାବନା ବଢି ଚାଲିଛି। ସେଥିପାଇଁ ରାଜଧାନୀରେ ଥିବା ଲର୍ଜ୍ ଓ ଗେଷ୍ଟ୍ ହାଉସ ଗୁଡ଼ିକ ପାଇଁ ବି ଏମ୍ ସି ତରଫରୁ ଏକ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରୀ କରିବା ପାଇଁ ରାଷ୍ଟ୍ରୀୟ ବିକାଶ ସେନା ତରଫରୁ ଦାବୀ କରା ଯାଇଛି।





