ମହାତ୍ମାଗାନ୍ଧୀ ସ୍ନାତକ ମହାବିଦ୍ୟାଳୟଭୁକ୍ତା ଠାରେ ସ୍ଵଭାଵ କବି ଗଙ୍ଗାଧର ମେହେର ଙ୍କ ଜ୍ୟୋତି ଯାତ୍ରା ଓ ସାରସ୍ୱତ ସଭା
……………………………………
ଅମ୍ବାଭୋନା 31/8/2023 ବରଗଡ ଜିଲ୍ଲା ଅମ୍ବାଭୋନା ଅନ୍ତର୍ଗତ ମହାତ୍ମାଗାନ୍ଧୀ ସ୍ନାତକ ମହାବିଦ୍ୟାଳୟ ଭୁକ୍ତା ଠାରେ ଆଜି ସ୍ଵଭାଵ କବି ଗଙ୍ଗାଧର ମେହେର ଙ୍କ 162 ତମ ଜନ୍ମ ଜୟନ୍ତୀ ଅବସରରେ ଗଙ୍ଗାଧର ଜ୍ୟୋତି ଯାତ୍ରା ଓ ସାରସ୍ୱତ ସଭା ଅନୁଷ୍ଠିତ ହୋଇ ଯାଇଛିl ମହାବିଦ୍ୟାଳୟର ଅଧକ୍ଷା ଶ୍ରୀମତୀ କଳ୍ପନା ମିଶ୍ର ସଭାପତିତ୍ୱ କରିଥିଲେ l ଉକ୍ତ ସଭାରେ ଭାରତୀୟ ପ୍ରବନ୍ଧନ ସଂସ୍ଥାନ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ପ୍ରସାଦ ଜୟଶ୍ୱାଳ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଉଛ ଶିକ୍ଷା ନ ହେଲେ ବି ଜଣେ ପ୍ରତିଷ୍ଠିତ ତଥା ସଫଳ ସାହିତ୍ୟିକ ବ୍ୟକ୍ତି ହୋଇପାରିବ l ଯାହାର ଅନ୍ୟତମ ପ୍ରକୃତି କବି ତଥା ସଫଳ ସାହିତ୍ୟିକ ସ୍ଵଭାଵ କବି ଗଙ୍ଗାଧର ମେହେର ବୋଲି ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ l ବାରିପଦା ମହାରାଜ ରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ଓ ବିଭାଗ ମୁଖ୍ୟ ତଥା ସ୍ନାତକୋତ୍ତର ବିଭାଗର ପ୍ରଫେସର ବାବ୍ରୁବାହନ ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ ଏବଂ ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ସାହିତ୍ୟ ସାଧନା ଓ ବିଭିନ୍ନ ରଚନା ଉପରେ ଆଲୋଚନା କରିଥିଲେ l ସମ୍ମାନିତ ଅତିଥିଭାବେ କବି ଗଙ୍ଗାଧର ମେହେରଙ୍କ ପ୍ରପୌତ୍ର ମନୋରଞ୍ଜନ ମେହେର ଯୋଗ ଦେଇଥିଲେ l ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରି ସ୍ଵଭାଵ କବି ଓ ମହାତ୍ମାଗାନ୍ଧୀଙ୍କ ପ୍ରତିଛବିରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ ପାଇଁ ଚଳଚିତ୍ର ଅଭିନେତ୍ରୀ ତଥା ନୃତ୍ୟ ନିର୍ଦ୍ଦେଷିକା ଶ୍ରୀମତୀ ତପସ୍ୱିନୀ ଗୁରୁ ନିବେଦନ କରିଥିଲେ l ମହାତ୍ମାଗାନ୍ଧୀ ସ୍ନାତକ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ଆବାହନୀ ସଂଗୀତ ପରିବେଷଣ କରାଯାଇଥିଲା l ଶ୍ରୀମତୀ ତପସ୍ୱିନୀ ଗୁରୁ ଙ୍କ ଦ୍ୱାରା ଅତିଥି ମାନଂକର ପରିଚୟ ସମ୍ବର୍ଦ୍ଧନା ଓ ପରିଚୟ ପ୍ରଦାନ କରାଯାଇଥିଲା l ବରିଷ୍ଠ ବିଶିଷ୍ଟ ସାମ୍ବାଦିକ ଶ୍ରୀଯୁକ୍ତ ରକ୍ଷାକାରୀ ବିଶି ,ବିଶିଷ୍ଟ ଶିକ୍ଷାବିତ୍ ଡ. ପାଣ୍ଡଵ ବେହେରା, ବିଶିଷ୍ଟ ସାହିତ୍ୟିକ ଡ. ଦୁର୍ବାଦଳ ମେହେର, ବିଶିଷ୍ଟ ଶିକ୍ଷାବିତ୍ ଡ. ଅଶୋକ କୁମାର ସାହୁ ଏବଂ ପ୍ରଫେସର ସୁଜିତ କୁମାର ପୃସେଠ୍ ପ୍ରମୁଖ ଅତିଥି ମାନଙ୍କ ଦ୍ୱାରା ପ୍ରଫେସର୍ ମଣୀନ୍ଦ୍ର କୁମାର ମେହେର ଙ୍କ ପୁସ୍ତକ “ଗଙ୍ଗାଧରଙ୍କ ଜନ୍ମ ଗୃହ ଜାତୀୟ କରଣ” ଏବଂ “ଗଙ୍ଗାଧର ଓ ଭାରତୀ ଭାବନା” ଉନ୍ମୋଚନ କରାଯାଇଥିଲା l ମହାତ୍ମାଗାନ୍ଧୀ ସ୍ନାତକ ମହାବିଦ୍ୟାଳୟର ଅଧକ୍ଷା ଶ୍ରୀମତୀ କଳ୍ପନା ମିଶ୍ରଙ୍କ ଅଭିଭାଷଣ ପରେ ଉକ୍ତ ମହାବିଦ୍ୟାଳୟର ହିନ୍ଦୀ ଅଧ୍ୟାପକ ଡ. ଦୟାନିଧି ସା ଧନ୍ୟବାଦ ଅର୍ପଣ କରିଥିବାବେଳେ କୋଶଲ ଟାଇମ ର ସମ୍ପାଦକ ଶ୍ରୀଯୁକ୍ତ ସଞ୍ଜୀବ ମହାପାତ୍ର କୃତଜ୍ଞତା ଅର୍ପଣ କରିଥିଲେ l ଶେଷରେ ସଭାପତିଙ୍କ ଦ୍ୱାରା ସଭା ସାଙ୍ଗ କରାଯାଇଥିଲା l
ଅମ୍ବାଭୋନା ରୁ ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍




