ନୂତନଭାବେ ଦାୟିତ୍ଵ ଗ୍ରହଣ କରିଥିବା ଭାରପ୍ରାପ୍ତ ଅଧିକାରୀଙ୍କ ନେତୃତ୍ବରେ ଆକ୍ସନ ମୁଡ଼ରେ ବଡବିଲ ପୋଲିସ୍ ।
ଆକ୍ସନ ମୁଡ଼ରେ ବଡବିଲ ପୋଲିସ୍ ଚୋରିର 24ଘଣ୍ଟା ନ ପୁରୁଣୁ ଅଭିଯୁକ୍ତ କୁ ମାଡି ବସିଲା ବଡବିଲ ପୋଲିସ୍। ସୂଚନା ଅନୁଯାୟୀ ଗତ ବୁଧବାର ବିଳମ୍ୱିତ ରାତିରେ ବଡବିଲ ମେନରୋଡ ସ୍ଥିତ ସନ୍ତୋଷୀ ମାଙ୍କ ମନ୍ଦିରରୁ କେହି ଦୁର୍ବୃତ୍ତ ମାଙ୍କ ମନ୍ଦିରର ପଛପଟ କବାଟ ଭାଙ୍ଗି ମନ୍ଦିରରେ ଥିବା ଦାନ ବାକ୍ସ ଭାଙ୍ଗି ଟଙ୍କା ଓ କିଛି ଅଳଙ୍କାର ଏବଂ ପିତଳ ମୂର୍ତ୍ତି ଚୋରୀ ହୋଇଥିବା ନେଇ ବଡବିଲ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା, ଅଭିଯୋଗ ପାଇ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ଥାନାଧିକାରୀ ରମାକାନ୍ତ ମୁଦୁଲି ଏଏସଆଇ ବରଦା ପ୍ରସନ୍ନ ସାହୁଙ୍କୁ ତଦନ୍ତ ଭାର ଦେଇଥିଲେ ମାଙ୍କ ମନ୍ଦିରରୁ ଚୋରୀ ହୋଇଥିବା କଥାକୁ ଗୁରୁତ୍ବ ସହକାରେ ନେଇ ଚୋରୀ ର 24ଘଣ୍ଟା ନପୁରୁଣୁ ଶ୍ରୀ ସାହୁ ତଦନ୍ତ କୁ ଜୋରଦାର କରିବା ସହ କୌଶଳ କ୍ରମେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହେବା ସହ ଚୋରୀ ସାମଗ୍ରୀ ଓ ଚୋରୀ ଟଙ୍କାକୁ ଉଦ୍ଧାର କରି ମନ୍ଦିର କତୃପକ୍ଷଙ୍କୁ ସମସ୍ତ ଉଦ୍ଧାର ସାମଗ୍ରୀ ଓ ଟଙ୍କା ହସ୍ତାନ୍ତର କରିଥିଲେ ଏବଂ ବଡବିଲ ନିଉମାର୍କେଟ ଅଞ୍ଚଳର ବଲବିର ସିଂ ଓରଫ ଗୋରାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ବଡବିଲ ପୋଲିସ୍ ପକ୍ଷରୁ ଏହିଭଳି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯିବା ସହ ଏଏସଆଇ ବରଦା ପ୍ରସନ୍ନ ସାହୁଙ୍କୁ ତାଙ୍କର କାର୍ଯ୍ୟ ପାଇଁ ଅଞ୍ଚଳ ବାସିନ୍ଦା ଭୂଷୀୟ ପ୍ରଶଂସା କରିଛନ୍ତି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ




