ଧାରଣାର ତୃତୀୟ ଦିବସ
ବିଭାଗୀୟ ଟାଳଟୁଳ ନୀତି ପ୍ରତିବାଦରେ ଛୁଟିରେ ରହିଲେ କୃଷି ବିଭାଗ ର ସମସ୍ତ ଅଧିକାରୀ
ଢେଙ୍କାନାଳ, ୨/୯: କ୍ୟାଡ଼ର ପୁନଃବିନ୍ୟାସ ର ଦୀର୍ଘ ଦିନ ଧରି ପ୍ରଚେଷ୍ଟା ଏବଂ ଅନୁରୋଧ ସତ୍ତ୍ବେ ବିଭାଗ ତରଫରୁ କୌଣସି ନ୍ୟାୟୋଚିତ ପଦକ୍ଷେପ ପରିଲକ୍ଷିତ ନ ହେବାରୁ ଅଗଷ୍ଟ ୩୧ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟି ରେ ଯାଇଛନ୍ତି କୃଷି ବିଭାଗର ସମସ୍ତ ଅଧିକାରୀ । ସୂଚନା ଯୋଗ୍ୟ ଯେ, କୃଷି ସେବା ସଂଘ ଦୀର୍ଘ ଦିନ ଧରି କ୍ୟାଡର ର ପୁନର୍ବିନ୍ୟାସ ସମ୍ବନ୍ଧରେ ନିରନ୍ତର ସରକାରଙ୍କ ସହାୟତା ଲୋଡ଼ି ଆସିଛି ଏବଂ ସମୟାନୁସାରେ ସରକାରଙ୍କ ଦ୍ବାରା ମଗା ଯାଇଥିବା ସମସ୍ତ ତଥ୍ୟାବଳି ଦେବା ସହ ରାଷ୍ଟ୍ରୀୟ କୃଷି ସଂପ୍ରସାରଣ ଓ ପ୍ରବନ୍ଧନ ସଂସ୍ଥାନ ଦ୍ବାରା ସୁପାରିଶ କରାଯାଇଥିବା ପୁନର୍ବିନ୍ୟାସ ଦସ୍ତାବିଜ ସମ୍ବନ୍ଧୀୟ ଆଲୋଚନା ଉଚ୍ଚ ସ୍ତରୀୟ ଅଧିକାରୀ ତଥା ମାନ୍ୟବର କୃଷି ମନ୍ତ୍ରୀଙ୍କ ସହ କରିଆସିଛି । କିନ୍ତୁ ପରିଲକ୍ଷିତ ହୋଇଛି ଯେ ମାନ୍ୟବର କୃଷି ମନ୍ତ୍ରୀ ଙ୍କ ଆଲୋଚନା ପରେ ଅଗଷ୍ଟ ୧୫ ତାରିଖ ସୁଦ୍ଧା ପଦକ୍ଷେପ ନିଆ ଯିବାର ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତି ହେଇ ରହିଯାଇଛି । ଏହି ସମ୍ଭ୍ରାନ୍ତରେ କୃଷି ସେବା ସଂଘ ନିଜର ସାମୂହିକ ଛୁଟିର ନିଷ୍ପତି କୁ ଅଗଷ୍ଟ ୮ ରୁ ସ୍ଥଗିତ କରିଥିଲା କିନ୍ତୁ ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଅଗ୍ରଗତି ନ ହେବା ଯୋଗୁଁ ଦୁଃଖତ ହୋଇ ସଂଘ ଏହି ଭଳି କଷ୍ଟକର ନିଷ୍ପତି ନେବାକୁ ବାଧ୍ୟ ହୋଇଛି । ଏହି ସମ୍ଭ୍ରାନ୍ତ ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସଂଘ ଅଗଷ୍ଟ ୧୬ ତାରିଖରୁ ସମସ୍ତ ଜିଲ୍ଲା ର ଜିଲ୍ଲାପାଳଙ୍କ ଦ୍ୱାରା ଦାବୀପତ୍ର ମଧ୍ୟ ପ୍ରଦାନ କରିଥିଲା । ଅପର ପକ୍ଷରେ କୃଷି କ୍ଷେତ୍ର ରେ ଏହିଭଳି ଘଡିସନ୍ଧି ମୁହୂର୍ତ ରେ କୃଷି କାର୍ଯ୍ୟ ଯଥା ରୋଗପୋକ ନିୟନ୍ତ୍ରଣ, ସାର ବିହନ ର ସୁବିଧା ଏବଂ ସରକାରୀ ସୁବିଧା ସୁଯୋଗ ଅଭାବ କୃଷି ଅଧିକାରୀଙ୍କ କାର୍ଯ୍ୟବନ୍ଦ ଡାକରା ଦ୍ବାରା ବିପର୍ଯ୍ୟୟ ଶିକାର ହେବାର ଆଶଂକା ଯୋଗୁଁ ରାଜ୍ୟର କୃଷକ ସମାଜ ମଧ୍ୟରେ ଏକ ପ୍ରକାର ର ଭୟ ବସା ବାନ୍ଧି ରହିଛି । ଯଥାଶୀଘ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ବିଭାଗୀୟ ଅଧିକାରୀଙ୍କ ପ୍ରତି ନ୍ୟାୟୋଚିତ ସହାନୁଭୂତି ନିମନ୍ତେ ଉଭୟ କୃଷି ସେବା ସଂଘ ଏବଂ କୃଷକ ସମାଜ ଆଗ୍ରହ ପ୍ରକାଶ କରିଛି | ଓଡିଶା ହର୍ଟିକଲ୍ଚର ସର୍ଭିସ୍ କ୍ୟାଡରର ପୁନର୍ବିନ୍ୟାସ ୨୦୧୨ ମସିହାରେ କରାଯାଇଥିଲା। ପରବର୍ତୀ ସମୟରେ ବିଭାଗ ବର୍ଦ୍ଧିତ କାର୍ଯ୍ୟଭାରକୁ ଦୃଷ୍ଟିରେ ରଖ୍ ସରକାରଙ୍କୁ ଯେଉଁ ନିବେଦନ କରିଆସୁଛନ୍ତି ତାହାକୁ ସରକାର ଅଣଦେଖା କରି ସମୟ ଅନୁସାରେ ନ୍ୟାୟଚିତ ପଦକ୍ଷେପ ନେଉ ନଥିବାରୁ ଉଦ୍ୟାନ କୃଷି ଅଧିକାରୀ ସେବା ସଂଘର ନିଷ୍ପତି କ୍ରମେ ଢେଙ୍କାନାଳ ଜିଲ୍ଲାର ସମସ୍ତ ଅଧିକାରୀ ସାମୁହିକ ଛୁଟି ମାଧ୍ୟମରେ ଅସନ୍ତୋଷ ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ଆନ୍ଦୋଳନରେ ଓଡିଶା କୃଷି ସେବା ସଂଘ ଢେଙ୍କାନାଳ ଶାଖାର ସଂଘର ସଂପାଦକ ତଥା ସହକାରୀ କୃଷି ନିର୍ଦ୍ଦେଶକ ଢେଙ୍କାନାଳର ମାର୍କଣ୍ଡ ପ୍ରଧାନ ଉପସ୍ଥିତ ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ, ଗୀତାଶ୍ରୀ ପାଢୀ, କାମାକ୍ଷାନଗରସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଚିତରଞ୍ଜନ ମଲ୍ଲିକ, ହିନ୍ଦୋଳ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ସୁବ୍ରତ ମହାନ୍ତି, ଢେଙ୍କାନାଳ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଗୌସମା ବେଶ୍ରା, ସଦର ସହକାରୀ ଉଦ୍ୟାନ କୃଷି ଅଧିକାରୀ, ଦେବବ୍ରତ ପାତ୍ର, ଓଡାପଡା ସହକାରୀ ଉଦ୍ୟାନ କୃଷି ଅଧିକାରୀ ପ୍ରିୟଦର୍ଶିନୀ ବେହେରା, ହିନ୍ଦୋଳ ସହକାରୀ ଉଦ୍ୟାନ କୃଷି ଅଧିକାରୀ ସସ୍ମିତା ସାହୁ, କାମାକ୍ଷାନଗର ସହକାରୀ ଉଦ୍ୟାନ କୃଷି ଅଧିକାରୀ ଜଗମୋହନ ଦେବତା, ଭୁବନ ସହକାରୀ ଉଦ୍ୟାନ କୃଷି ଅଧିକାରୀ ମନୋରମା ମୁକୁଟ, କଙ୍କଡାହାଡ ସହକାରୀ ଉଦ୍ୟାନ କୃଷି ଅଧ୍ୟାକାରୀ ସୁଶ୍ରୀ ଅଳକାନନ୍ଦ ସେଠି ପ୍ରମୁଖ ଢେଙ୍କାନାଳ ବସ୍ଷ୍ଟାଣ୍ଡସ୍ଥିତ କୃଷି କାର୍ଯ୍ୟାଳୟ ସମ୍ମୁଖରେ ଉପସ୍ଥିତ ରହି ଧାରଣାର ଆଜି ତୃତୟ ଦିବସରେ ବସି ଲୋକମାନଙ୍କ ଅଭିଯୋଗ ଶୁଣୁଛନ୍ତି ।




