ପଞ୍ଚାୟତ ସ୍ତରୀୟ ଗ୍ରାମ୍ୟ ମୁଖି ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ
ଗଜପତି – ଆଜି ତା ୧୧/୦୯/୨୦୨୩ ରିଖ ଦିନ ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ଲୁହାଗୁଡ଼ି ପଞ୍ଚାୟତର ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ଏକ ପଞ୍ଚାୟତ ସ୍ତରୀୟ ଗ୍ରାମ୍ୟ ମୁଖି ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଯୋଗଦେଇ ସାଧାରଣ ଜନତାଙ୍କ ଆବେଦନ ଓ ଅଭିଯୋଗ ଗ୍ରହଣ କରିଥିଲେ। ଏଥିରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଣି ସୁଶ୍ରୀ ତପସ୍ଵିନୀ ହାଁସଦା , ବ୍ଲକ ଅଧ୍ୟକ୍ଷ ଶ୍ରୀ ରଞ୍ଜନ ଶବର, ଅତିରିକ୍ତ ସହକାରୀ ଯନ୍ତ୍ରୀ ଶ୍ରୀ ଦୁର୍ଗା ପ୍ରସାଦ ପଣ୍ଡା ଏବଂ ଶ୍ରୀ ଆଶିଷ କୁମାର ଶତପଥୀ ଓ କନିଷ୍ଠ ଯନ୍ତ୍ରୀ ମାନେ ଉପସ୍ଥିତ ଥିଲେ।
ମୋହନାରୁ କାହ୍ନୁ ଚରଣ ଗୌଡ଼ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍










