( ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖ ଆକ୍ୱାଗାର୍ଡ ଅଚଳାବସ୍ଥା)
ଜଗତସିଂହପୁର
ତା =13/9/23
ଏ ହେଉଛି ଜଗତସିଂହପୁର ପୌରପରିଷଦ କାର୍ଯ୍ୟାଳୟ ଏବଂ ଥାନା ଛକ ପାଖରେ ଥିବା ଆକ୍ୱାଗାର୍ଡ ର ଅବସ୍ତା l ଯେଉଁଠି ଥାନା, ଜିଲା ମୁଖ୍ଯ ଚିକିତ୍ସାଳୟ, ପୌରପରିଷଦ କାର୍ଯ୍ୟାଳୟ, ପାଠାଗାର ଏବଂ ଜିଲାପାଳ ଙ୍କ କାର୍ଯ୍ୟାଳୟ ଅଛି | ଦୈନଦିନ ଦୂର ଦୁରାନ୍ତରୁ ସହ ସହ ଲୋକ ଆସନ୍ତି ବିଭିନ୍ନ କାର୍ଯ୍ୟ ରେ ଜ଼ିଲ୍ଲା ସଦରମହକୁମାକୁ l ହେଲେ ଏହି ଥଣ୍ଡା ବିଶୁଦ୍ଧ ପାନୀୟ ଆକ୍ୱାଗାର୍ଡ ପାଣି ପିଇବାଲାଗି ଅଧିକାଂଶ ବାଟୋଇ, ବ୍ୟବସାୟୀ ଏହା ଉପରେ ଦୈନ ଦିନ ନିର୍ଭର କରିନ୍ତି | ହେଲେ ଏହା ବର୍ତମାନ ସମ୍ପୂର୍ଣ ଅଚଳ | ଏଥିପ୍ରତି ଜ଼ିଲ୍ଲା ପ୍ରଶାସନ କିମ୍ବା ବେସରକାରୀ ସଂସ୍ଥା କାହାରି ନିଘା ନାହିଁ |ଯେଉଁଥି ପାଇଁ ସହର ରେ ସୁଦ୍ଧ ପାନୀୟ ଜଳ ମିଳିବା ମୁସ୍କୁଲ ହୋଇଗଲାଣି | 2012 ମସିହାରେ ତତ୍କାଳୀନ ବିଧାୟକ ବିଷ୍ଣୁ ଦାସ ଙ୍କ ଦ୍ୱାରା ଥଣ୍ଡା ଆକ୍ଯୁଆଗଡ ବିଶୁଦ୍ଧ ପାନୀୟ କେନ୍ଦ୍ର ଟି ଉଦଘାଟନ କରାଯାଇଥିଲା l ଏହା ଉପରେ ସହର ର ଅନେକ ଲୋକ ନିର୍ଭର କରୁଥିଲେ | କିନ୍ତୁ ଦୁଖ ଆଉ ପରିତାପ ବିଷୟ ଦୀର୍ଘ ଏକ ମାସ ହେବ ଏହା ଅଚଳାବସ୍ଥା ହୋଇପଡିଛି l ଏହି ଥଣ୍ଡା ପାନୀୟ କେନ୍ଦ୍ର ଙ୍କୁ ସଚଳ କରିବାକୁ ଯୁବ ସ୍ଵେଚ୍ଛାସେବୀ ବବୁଲୁ ମଲ୍ଲିକ , ରୋଶନ ଦାସ, ପ୍ରମୁଖ ଦାବି କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




