ବଡବିଲ ଅଞ୍ଚଳରେ ସର୍ଭିସ୍ ରୋଡ ରେ ଅବୈଧ ପାର୍କିଂ ଯୋଗୁ ଜନସାଧାରଣ ହନ୍ତସନ୍ତ ।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ପୌରାଞ୍ଚଳ ତଥା ବଡବିଲ ଥାନା ଅନ୍ତର୍ଗତ ଅଞ୍ଚଳ ଏକ ଖଣିଜ ବହୁଳ ଅଞ୍ଚଳ ହୋଇଥିବା ବେଳେ ଏହି ଅଞ୍ଚଳରେ ଦୈନଦିନ ହଜାର ହଜାର ସଂଖ୍ୟାରେ ଗାଡିଘୋଡା ଚଳାଚଳ କରିଥାଏ ଓ ଟ୍ରାଫିକ ସମସ୍ୟା ଉପୁଜିଥାଏ। ଏବଂ ଏହିସବୁ ଟ୍ରାଫିକ ସମସ୍ୟାରୁ ଅଞ୍ଚଳ ବାସିନ୍ଦା ମାନଙ୍କୁ ଦୂରେଇ ରଖିବା ପାଇଁ ଅଞ୍ଚଳରେ ବଡବିଲ ମୁଖ୍ୟ ପ୍ରବେଶ ପଥ କୀରିବୁରୁ ଛକ ଠାରୁ ବଙ୍ଗଳା ଛକ ପର୍ଯ୍ୟନ୍ତ, ପ୍ରାୟ ଏକ କିଲୋମିଟର ରୁ ଉର୍ଦ୍ଧ ରାଜ୍ୟ ରାଜପଥ ସହ, ଅଞ୍ଚଳ ବାସିନ୍ଦା ମାନଙ୍କ ପାଇଁ ତଥା ବାଇକ୍ ଆରୋହି, ସାଇକେଲ ଚାଳକ ଓ ପଥଚାରୀ ଲୋକଂକ ଗମନା ଗମନ ପାଇଁ ସର୍ଭିସ୍ ରୋଡ ର ବ୍ୟବସ୍ଥା ହୋଇଥିବା ବେଳେ ଏହି ରାସ୍ତାରେ ଥିବା, ଏକ ଘରୋଇ କମ୍ପାନୀ ଶ୍ରୀମେଟାଳିକ୍ସ କର୍ପୋରେଟ ଅଫିସ ରହିଥିବା ବେଳେ ଅନେକ ସମୟରେ ଏହି କମ୍ପାନୀ ର ଗାଡିଗୁଡିକ ସର୍ଭିସ ରୋଡ଼ ରେ ଠିଆ ହୋଇଥିବା ଦେଖିବାକୁ ମିଳେ, ଉତ୍କଳ ଅଟୋ ମୋବାଇଲ ର ଗାଡି ସୋରୁମ୍, ବିଭିନ୍ନ ଘରୋଇ ବ୍ୟାଙ୍କ ଏବଂ ଫାଇନାନ୍ସ ଅଫିସ୍ କାର୍ଯ୍ୟାଳୟ ,ଗ୍ୟାରେଜ ବ୍ୟବସାୟୀ ଓ ହୋଟେଲ୍ ବ୍ୟବସାୟୀ ମାନେ ଏହି ସର୍ଭିସ୍ ରୋଡ କୁ ନିଜ ଅକ୍ତିଆର ରେ ରଖୁଥିବା ପରିଲକ୍ଷିତ ହୋଇଛି। ଦେଖନ୍ତୁ ଏହି ସବୁ ଦୃଶ୍ୟ କୁ କେମିତି ସର୍ଭିସ୍ ରୋଡ ରେ ଗାଡ଼ି ଗୁଡିକୁ ଲୋକେ ଅମାନିଆ ଭାବେ ଛିଡ଼ା କରି ରଖିଛନ୍ତି।ଯାହାପାଇଁ ଅନେକ ସମୟରେ ଏହି ଅଞ୍ଚଳରେ ଦୁର୍ଘଟଣା ମାନ ଘଟୁଥିବା ଅଭିଯୋଗ ହୁଏ ଏବଂ ଅଞ୍ଚଳର ଜନସାଧାରଣ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଞ୍ଚଳିକ ପ୍ରଶାସନ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହୋଇଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ




