ଶ୍ଳୋଗ – ତା:୩0.0୯.୨0୨୩ ରିଖ ଶନିବାର ଦିନ କ୍ଲଷ୍ଟର ସ୍ତରୀୟ ସୁରଭି ଓ ମିଲେଟ କାର୍ଯ୍ୟକ୍ରମ ଲାଲଡୋଳେଶ୍ୱର ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପାହାଡ଼ଶ୍ରୀଗିଡା ଠାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ ଲାଲଡୋଳେଶ୍ୱର ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପାହାଡ଼ଶ୍ରୀଗିଡା ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁଶୀଲ କୁମାର ସେଟ ସଭାପତିତ୍ତ୍ୱ କରିଥିଲେ l ମୁଖ୍ୟବକ୍ତା ଆଞ୍ଚଳିକ ଉଚ୍ଚ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ ରାମକୃଷ୍ଣ ସାହୁ, ମୁଖ୍ୟ ଅତିଥି ଭାବେ ପାହାଡ଼ଶ୍ରୀଗିଡା ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ପ୍ରଧାନ,ସମ୍ମାନିତ ଅତିଥି ଭାବେ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ, ପାହାଡ଼ଶ୍ରୀଗିଡା ର ସଭାପତି ତଥା ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ରମାକାନ୍ତ ପ୍ରଧାନ, ଆଞ୍ଚଳିକ ସାଧନାକେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ଜୟଦେବ ନାଏକ ଓ ଆଞ୍ଚଳିକ ଆଦିବାସୀ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ଗୋପବନ୍ଧୁ ମେହେର ପ୍ରମୁଖ ଉପସ୍ଥିତ ଥିଲେ l ଗୋପବନ୍ଧୁ ମେହେର ମଞ୍ଚ ପରିଚାଳନା କରିଥିବା ବେଳେ CRCC ଶ୍ରୀଯୁକ୍ତ ଜୟଦେବ ନାଏକ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ସମସ୍ତ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l କ୍ଲଷ୍ଟର ର ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ଶିକ୍ଷକମାନେ ସହଯୋଗ କରିଥିଲେ l ଶିକ୍ଷକ ପ୍ରଭାତୀ ପ୍ରଧାନ, ପୁଷ୍ପାଞ୍ଜଳି ପଧାନ, ରାଜକିଶୋର ବରିହା, ଦେବାନନ୍ଦ ସାହୁ, ଗୀତାଞ୍ଜଳି ରାଏ, ଚାନ୍ଦିନୀ ମାଝୀ ସମେତ ରମେଶ ଭୁଏ, ଗୁଣମଣୀ ଲୁହା, ଆମିଏଲ କାଣ୍ଡୁଲନା, ଗୋପିକା ସେଟ, ଜିତୁ ମହାନନ୍ଦ, ଝସ୍ମିତା ପ୍ରଧାନ, ସୁଶ୍ରୀସ୍ମିତା ସାହୁ, ମନୋରଞ୍ଜନ ପ୍ରଧାନ, ମନ୍ଦାକିନୀ ସେଠି, ମନ୍ଦାକିନୀ ଦେହେରୀ, ଅଂଶୁମାନ ପ୍ରଧାନ, ରାଜକୁମାର ଗରିଆ ସହଯୋଗ କରିଥିଲେ l ଶେଷ ରେ CRCC ଜୟଦେବ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ, ଡ଼ି ଡ଼ି ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ.

April 19, 2026/
No Comments



