ବିରିପଟା ଠାରେ ଏକ ମେଗା ସ୍ବାସ୍ଥ୍ୟଶିବିର ଅନୁଷ୍ଠିତ ହୋଇଯାଇଛି
ବିଷୟ ____ ଯାଜପୁର ଜିଲ୍ଲା ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର ଦଶରଥପୁର ବ୍ଲକ ଅନ୍ତର୍ଗତ ବିରିପଟା ଠାରେ ଥିବା ମନ୍ମଥ ଧଳ ଡିଗ୍ରୀ କଲେଜ ଆନୁକୂଲ୍ୟରେ ସ୍ଥାନୀୟ ବିରିପଟା ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଏକ ମେଗା ସ୍ବାସ୍ଥ୍ୟଶିବିର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ଵର ସ୍ଥିତ କିମସ ହସ୍ପିଟାଲର ପକ୍ଷରୁ ଏହି ଶିବିର ଆୟୋଜିତ ହୋଇଥିବାବେଳେ ବାଚସ୍ପତି ପ୍ରମିଳା ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ପ୍ରଥମେ ଡିଗ୍ରୀ କଲେଜ ପକ୍ଷରୁ ବରିଷ୍ଠ ଶିକ୍ଷାବିତ ସମାଜସେବୀ ବିଜୟ କୁମାର ଧଳ ଶିବିରର ଉଦ୍ଦେଶ୍ୟ ଓ ତାପର୍ଯ୍ୟ ସମ୍ପର୍କରେ ସୁଚନା ପ୍ରଦାନ କରିଥିଲେ। ଏଥିରେ କିମସ ହସ୍ପିଟାଲର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଯାଜପୁର ବିଧାୟକଙ୍କ ପ୍ରତିନିଧି କର୍ଣ୍ଣାଟ କେଶରୀ ଦାସ, ଯାଜପୁର ଜିଲ୍ଲା ବିଜେଡି ସଭାପତି ସରୋଜ କୁମାର ମହାପାତ୍ର, ଯାଜପୁର ଜିଲ୍ଲା ବିଜେଡି ଉପସଭାପତି ପ୍ରଦୀପ କୁମାର ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଶିବାଶିଷ ମହାରଣା, ଶିକ୍ଷାବିତ ସୁବାସ ରାଉତ, ଡାକ୍ତର ସିବିକେ ମହାନ୍ତି, ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଖଟୁଆ, ଜିଲ୍ଲା ପରିଷଦ ସଭ୍ୟା ନିନାରାଣୀ ସାମଲ, ପୃର୍ବତନ ସରପଞ୍ଚ ଚିତ୍ତରଞ୍ଜନ ନାୟକ,ରମେଶ ରାଉତ, ମନୋରଞ୍ଜନ ଦାସ,କାବ୍ୟାପ୍ରିୟଦର୍ଶୀନି ଧଳ,ସୁଜିତ ନାୟକ, ନିଶିକାନ୍ତ ଥାଟୋଇ ପ୍ରମୁଖ ଯୋଗଦେଇ ଥିଲେ। ଶିବିରରେ ପ୍ରାୟ ୫ହଜାରରୁ ଅଧିକ ରୋଗୀ ନାମ ପଞ୍ଜିକରଣ କରିଥିଲେ।ଶିବିର ପରିଚାଳନାରେ ଦଶରଧପୁର ବ୍ଳକ ଛାତ୍ର ବିଜେଡି ସଭାପତି ଚିରଞ୍ଜିବୀ ତପନ ରାଉତ, ବିଂଝାରପୁର ନିର୍ବାଚନ ମଣ୍ଡଳୀ ଯୁବ ବିଜୁଜନତା ଦଳର ସଭାପତି ତଥା ସମାଜସେବୀ ପ୍ରଭାତ ଚନ୍ଦ୍ର ଦାଶ, ବିଂଝାରପୁର ନିର୍ବାଚନ ମଣ୍ଡଳୀ ଛାତ୍ର ବିଜେଡି ସଭାପତି ଚିନ୍ମୟ ମାହୁନ୍ତ ପ୍ରମୁଖ ସହଯୋଗ କରିଥିଲେ।
ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




