ମହାସମାରୋହରେ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ
ବିଷୟ ____ ଆଳି ବ୍ଳକ ଅନ୍ତର୍ଗତ ସସିଧା ପଞାୟତର ମଙ୍ଗରାଜପୁର ଗ୍ରାମରେ ମହାଆଡମ୍ବରରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହେଉଛି।ଏହା ୨୦ ତାରିଖରୁ ଅନୁଷ୍ଠିତ ହୋଇ ୨୪ ତାରିଖ ଦଶହରା ପର୍ଯ୍ୟନ୍ତ ଚାଲିଥାଏ ।ଏହାକୁ ଦେଖିବାକୁ ଲୋକଙ୍କର ସୁଅ ଛୁଟିଲା ପରି ଛୁଟେ। ବିଲୂବରଣ ଉତ୍ସବ,ଜଳଧିବାସ,ମହାସପ୍ତମୀ ବିହିତ ପୁଜା,ଚଣ୍ଡୀପାଠ,କୁଷ୍କାଶ ବଳିଦାନ, ମହାଷ୍ଟମୀ ପୁଜା, ସନ୍ଧିପୂଜା,ମହାନବମୀ ପୂଜା , ଦଶମୀ ପୁଜା ଆଦି ବୈଦିକ ବିଧି ଅନୁଯାୟୀ ପୂଜା ଅନୁଷ୍ଠିତ ହୋଇଥାଏ । କମିଟିର ସଭାପତି ରବିନ୍ଦ୍ର ମିଶ୍ର, ଦୀପକ ଭୂୟାଁ, ସମ୍ପାଦକ ନିହାର ମିଶ୍ର, ମହେଶ୍ୱର ଦାଶ, କୋଷାଧ୍ୟକ୍ଷ ପବିତ୍ର ଦାଶ ,ସତ୍ୟସୁନ୍ଦର ମିଶ୍ର ଆଦି ଠାକୁରଙ୍କ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ଆଳିରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




