ତା.29.11.2023, ବରଗଡ଼ ଜିଲ୍ଲା
ସ୍ଥାନୀୟ ଜର୍ଜ ଉଚ୍ଚ ବିଦ୍ୟାଳୟ ପଡିଆରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ -2023 ପାଳନ ଅବସରରେ ଜିଲ୍ଲା ପ୍ରଶାସନ ବରଗଡ଼ ଆନୁକୂଲ୍ୟରେ ଭିନ୍ନକ୍ଷମମାନଙ୍କ ନିମନ୍ତେ କ୍ରୀଡା ଓ ବିଭିନ୍ନ ପ୍ରତିଯୋଗିତା ଯଥା :- ଚିତ୍ରାଙ୍କନ,ରଙ୍ଗୋଲି, ସଂଗୀତ,ନୃତ୍ୟ,ପ୍ରବନ୍ଧ,କୁଇଜ,ମ୍ୟୁଜିକ ଚେୟାର,ବାସ୍କେଟ ବଳ, ପୁଚିଖେଳ ଇତ୍ୟାଦି ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏହାକୁ ଅନୁଷ୍ଠାନିକ ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ବରଗଡ଼ ଶ୍ରୀ ତାହିର ହୁସେନ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ତିନି ପ୍ରଧାନ ଶିକ୍ଷକ ଶ୍ରୀ ଅଭୟ କୁମାର ପଧାନ ଶ୍ରୀ କିଶୋର ଚନ୍ଦ୍ର ସାହୁ, ଶ୍ରୀ ମେଘନାଦ ସାହୁ, ପରିଚାଳନା କମିଟି ର ବରିଷ୍ଠ ସଭ୍ୟ ଶ୍ରୀ ସମାରୁ ପଧାନ,ସୁବିର ଦାଶ ଖେଳ ଶିକ୍ଷକ ଶ୍ରୀ ସୁଧାଂଶୁ ଶେଖର ସାହୁ, ନେପାଳ ଦୁଆନ ଓ ରିତୁ ମହାନା ପରିଚାଳନା କରିଥିବା ବେଳେ ଅନ୍ୟାନ୍ୟ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l ପ୍ରକାଶ ଥାଉକି ଆସନ୍ତା 03.11.2023 ଦିନ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟଠାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗ (ଜିଲ୍ଲା ପ୍ରଶାସନ),ବରଗଡ଼ ପକ୍ଷରୁ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ ଅବସରରେ କୃତୀ ପ୍ରତିଯୋଗିମାନଙ୍କୁ ପୁରସ୍କୃତ କରାଯିବ l ଏଥିରେ ବରଗଡ଼ ଜିଲ୍ଲାର ସମସ୍ତ ଭିନ୍ନକ୍ଷମମାନଙ୍କ ପାଇଁ କାର୍ଯ୍ୟ କରୁଥିବା ଅନୁଷ୍ଠାନ ଓ ସମସ୍ତ ବ୍ଲକର ଭିନ୍ନକ୍ଷମ ଭାଇ ଓ ଭଉଣୀମାନେ ଅଂଶ ଗ୍ରହଣ କରି ସଚେତନତା ସୃଷ୍ଟି କରିବେ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ l ବରଗଡ ରୁ ପବିତ୍ର ମେହେର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ.

April 19, 2026/
No Comments



