ଯୁବସମାଜ ସଚେତନ ହେଲେ ସମାଜ ସୁଦୃଢ଼ ହେବ। ଯାହାକୁ ନେଇ ଆଜିର ଯୁବ ସମାଜକୁ ସଚେତନ କରାଇବା ପାଇଁ ଏକ ପ୍ରାୟାସ। ଯୁବ ସମାଜ ସଚେତନ ହେଲେ ସମାଜ ରେ ଏକ ପ୍ରକାର ଶୃଙ୍ଖଳିତ ବାତାବରଣ ସୃଷ୍ଟି ହେବ। ଯାହାକି ଏକ ସୁସ୍ଥ ସମାଜ ଗଠନରେ ନିର୍ଣ୍ଣାୟକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହାକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରାଞ୍ଚଳ ଅନ୍ତର୍ଗତ ବାର ନମ୍ବର ୱାର୍ଡ ସ୍ଥିତ ଚଟେଇହାଟିଂ ଠାରେ ଆଜି ବଡ଼ବିଲ ସରକାରୀ ମୋଡେଲ ଶିଳ୍ପ ତାଲିମ ଅନୁଷ୍ଠାନ ପକ୍ଷରୁ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଜରିଆରେ ବାଳିକା ଶିଶୁ ଶିକ୍ଷା ଏବଂ ସେମାନଙ୍କର ଅଧିକାର ଉପରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ପରେ ଛାତ୍ରଛାତ୍ରୀ ମାନେ ଚଟେଇହାଟିଂ ବସ୍ତିକୁ ଯାଇ ବାଳିକା ଶିଶୁ ଶିକ୍ଷା ଏବଂ ସେମାନଙ୍କର ଅଧିକାର ଏବଂ ଅଠର ବର୍ଷରୁ କମ ଆୟୁ ବର୍ଗର ପ୍ରତ୍ୟେକ ଲୋକଙ୍କର ସାମ୍ବିଧାନିକ ଅଧିକାର ସମ୍ପର୍କରେ ସୂଚନା ପ୍ରଦାନ ସହ ବାଳିକା ଶିଶୁ ଚାଲାଣ, ବାଳିକା ଶିଶୁ ଶ୍ରମିକ ପ୍ରଥା, ବାଳିକା ଶିଶୁ ଯୌନ ଶୋଷଣ ଓ ବାଳିକା ବାଲ୍ୟ ବିବାହ ସମ୍ପର୍କରେ ଏକ ନାଟକ ଜରିଆରେ ସମସ୍ତ ବସ୍ତିବାସିନ୍ଦାଙ୍କୁ ଅବଗତ କରାଇଥିଲେ ।ବଡ଼ବିଲ ସରକାରୀ ମୋଡେଲ ଶିଳ୍ପ ତାଲିମ ଅନୁଷ୍ଠାନର ଗୌର ଚନ୍ଦ୍ର ପାତ୍ର,ଅଭିରାମ ରାଉଳ,ସୁକାନ୍ତ ମହାନ୍ତ,ସିଲେଇ ମୁଣ୍ଡା,ଦିନେଶ ଗାଜର,ରାମକୃଷ୍ଣ ପରିଡ଼ା,ସୁରେଶ ଚନ୍ଦ୍ର ମହାରଣା, ସସ୍ମିତା ସାହୁ,ପ୍ରଭାତୀ ପଦ୍ମିନୀ ଭାଂଗ୍ରା,ସୁଚିତ୍ରା ମାଝୀ,ଶିମଲା ତିଗା,ମମତାମୟୀ ନାଏକ ଓ ସ୍ନିଗ୍ଧା ମହାନ୍ତ ଆଦି ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ଏହି ସାମାଜିକ ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବଡବିଲ ସରକାରୀ ମଡେଲ ତାଲିମ ଅନୁଷ୍ଠାନ ଓ ବଡବିଲ ପୌରପାଳିକା ସହଭାଗିତାରେ ଆୟୋଜନ କରାଯାଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ୍




