ବିଷୟ __ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଫତେପୁର ପଞ୍ଚାୟତର ମଲିଆ ସ୍ଥିତ ବାସଭବନରେ ସମାଜସେବୀ ପରୋପକାରୀ ଶାନ୍ତ ସ୍ବାଭାପର ଭାବେ ସାରା ବିଂଝାରପୁର ବ୍ଳକରେ ପରିଚିତ ବ୍ରହ୍ମଗୋଛନ୍ଦ ଯଜ୍ଞ କମିଟିର ମୁଖ୍ୟ ପୁରୋଧା ସ୍ବର୍ଗତ ରସାନନ୍ଦ ସାହୁଙ୍କ ପରଲୋକରେ ଏକ ଶୋକସଭା ପ୍ରାଧ୍ୟାପକ ସୁଧାକର ମହାକୁଡ଼ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ ଶ୍ରୀହରୀ ସାହୁ,ରତ୍ନାକର ମହାକୁଡ଼,ଶ୍ରୀଧର ସାହୁ, ଇନ୍ଦ୍ରମଣି ସାହୁ,ସୁଧିର ଆଚାର୍ଯ୍ୟ, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ନାରାୟଣ ଚନ୍ଦ୍ର ଦାଶ, ନିରଞ୍ଜନ ଦାଶ, ନିରଞ୍ଜନ ସାହୁ, ବ୍ରହ୍ମଗୋଛନ୍ଦ ଯଜ୍ଞ କମିଟିର ସଭାପତି ପ୍ରଶାନ୍ତ କୁମାର ନାୟକ , ଖରସ୍ରୋତା ପୁସ୍ତକ ମେଳାର ସଭାପତି ତଥା ସମାଜସେବୀ ପଦ୍ମାକର ଗୁରୁ, ପ୍ରାଧ୍ୟାପକ ଅଜୟ ଓଝା, ଶିକ୍ଷାବିତ୍ ସର୍ବେଶ୍ଵର ଧଳ ପ୍ରମୁଖ ଯୋଗଦେଇ ଥିଲେ। ସ୍ବର୍ଗତ ସାହୁ ତାଙ୍କ ଜୀବନ କାଳ ଭିତରେ ପଞାୟତର କଳିଝଗଡା ପଞାୟତରେ ସମାଧାନ କରୁଥିଲେ।କୋର୍ଟ,କଚେରି କି ଯାଉ ନଥିଲେ । ଏହାହିଁ ଥିଲା ତାଙ୍କର ମହାନତା।ଯଜ୍ଞ ପାଇଁ ଦ୍ବାର ଦ୍ବାର ବୁଲି ପ ଇସା ଆଦି ସଂଗ୍ରହ କରୁଥିଲେ।ଆଜିର ଏହି ଶୋକସଭାରେ ପୁତ୍ର ରମେଶ ଚନ୍ଦ୍ର ସାହୁ,ସୁରେଶ ଚନ୍ଦ୍ର ସାହୁ, ଦିନେଶ ଚନ୍ଦ୍ର ସାହୁ,ପରେଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ




