ଓଡିଶା ଭତା ପ୍ରଦାନ ସଂଘର୍ଷ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ
ଜଗତସିଂହପୁର ତା =28/10/24ସମଗ୍ର ରାଜ୍ୟରେ ଦରଦାମ ଆକାଶଛୁଆଁ ବୃଦ୍ଧି ପାଇବାରେ ଲାଗିଛି | ବାର୍ଦ୍ଧକ୍ୟ ଅବସ୍ଥାରେ ଅନେକ ବୃଦ୍ଧ ବୃଦ୍ଧା ଦରଦାମ ବୃଦ୍ଧି କୁ ନେଇ ବହୁ ଦୁଃଖ କଷ୍ଟରେ କାଳାତିପାତ କରୁଛନ୍ତି | ମାସିକ ଭତା ଟଙ୍କାରେ ବୃଦ୍ଧ ବୃଦ୍ଧା ଚଳିବା ମୁସ୍କୁଲ ହୋଇପଡିଛି | ନିର୍ବାଚନ ପୂର୍ବ ରୁ ସରକାର ଭତା ବୃଦ୍ଧି କରିବାକୁ ପ୍ରତିଶୃତି ଦେଇଥିଲେ ହେଲେ ତାହା ପୂରଣ କଲେନାହିଁ | ଏହି ପରିପ୍ରେକ୍ଷୀରେ ଓଡିଶା ଭତା ପ୍ରଦାନ ସଂଘର୍ଷ ସମିତି ଜଗତସିଂହପୁର ଶାଖା ପକ୍ଷରୁ ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମ, କଳାକାର ମାନଙ୍କ ର ଭତା ବୃଦ୍ଧି କରିବାକୁ ଦାବିକରି ଶତାଧିକ କଳାକାର ଜଗତସିଂହପୁର ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ବିକ୍ଷୋଭ ପଦର୍ଶନ କରିବା ସହିତ ଅତିରିକ୍ତ ଜ଼ିଲ୍ଲାପାଳ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଓଡିଶା ଭତା ପ୍ରଦାନ ସଂଘର୍ଷ ସମିତି ସଭାପତି ସବିତା ମହାପାତ୍ର, ଉପ ସଭାପତି ଛବିନ୍ଦ୍ର ସ୍ୱାଇଁ, ସମ୍ପାଦକ ନାରାୟଣ ପ୍ରସାଦ ସାହୁ, ନଳିନୀ ପ୍ରଭା ସିଂ ପ୍ରମୁଖ ଦାବି ପତ୍ର ପ୍ରଦାନ କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ



