କାଳୀ ପୂଜା ଅବସରରେ କଳସ ଯାତ୍ରା
ଚଳିତ କାର୍ତ୍ତିକ ମାସ ତା 30.୧୦.୨୦୨୪ ଠାରୁ ତା ୧.୧୧.୨୦୨୪ ତାରିଖ ପର୍ଯ୍ୟନ୍ତ ଢେ଼ଙ୍କାନାଳ ଜିଲ୍ଲା ବିଶ୍ବପ୍ରସିଦ୍ଧ ଯୋରନ୍ଦା ମହିମା ଗାଦି ନିକଟସ୍ଥ, ଗଁଦିଆ ବ୍ଲକ, କବେରା ପଞ୍ଚାୟତର ଚିରୁଲେଇ ଠାରେ ମା ଶ୍ମଶାନସ୍ୱରୀଙ୍କର ମହାଆଡ଼ମ୍ବର ସହକାରରେ କାଳୀପୂଜା ଅବସରରେ ଘୃତ ଯଜ୍ଞ ୪ ଦିନ ଧରି ପାଳିତ ହେବ । ଏହି ଯଜ୍ଞ ପୂଜା ଅବସରରେ ଜିଲ୍ଲା ବାହାରୁ ଏବଂ ଚିରୁଲେଇ ଆଖପାଖ ପୋଡସି ମୌଜା ଲୋକମାନେ ଏବଂ ଭକ୍ତ ହଜାର ହଜାର ସଂଖ୍ୟାରେ ଯୋଗଦାନ କରି ମାଙ୍କର ଆଶୀର୍ବାଦ କୃପା ଲାଭ କରିବା ହେବେ । ଦୀପାବଳି କାଳୀପୂଜା ଅବସରରେ ଆସନ୍ତା ୩୦,୩୧ ରିଖ ଦିନ ସହସ୍ରାଧିକ ସାଧୁ ସନ୍ଥ ଓ ଭକ୍ତଙ୍କ ଉପସ୍ଥିତିରେ ଦୈବୀ ନୀତିକାନ୍ତିରେ ମାଙ୍କ କଳସ ଯାତ୍ରା, ଦେବୀଅଧିବାସ ଓ ଦେବୀ ଯଜ୍ଞ ଅନୁଷ୍ଠିତ ହେବ । ଏଥିନିମିତ ସମସ୍ତ ଭକ୍ତ ମାନଙ୍କୁ ମା ଙ୍କର ଆଶୀର୍ବାଦ କୃପା ପାଇବା ପାଇଁ ଚିରୁଲେଇ ଗ୍ରାମ ତରଫରୁ ମାଙ୍କର ପୁଜକ ଶ୍ରୀ ଭାବଗ୍ରାହୀ ଦାଶ ଏବଂ ଗ୍ରାମବାସୀ ନିବେଦନ କରିଛନ୍ତି । କଳସ ଯାତ୍ରା ଓ ଯଜ୍ଞ ପରିଚାଳନାରେ ଚିରୁଲେଇ ଗ୍ରାମର ରାମଚନ୍ଦ୍ର ନାୟକ, ଦୁଃଖବନ୍ଧୁ ବେହେରା, ଭାସ୍କର ଚନ୍ଦ୍ର ନାୟକ, ଶରତ ନାୟକ, ଅନ୍ତର୍ଯ୍ୟାମୀ ଦୋରା, ଶତ୍ରୁଘ୍ନ ନାୟକ, ଧ୍ରୁବ ପରିଡ଼ା, ପ୍ରିୟଦିଶ ରାଉତରାୟ, ଜଗନ୍ନାଥ ଦଳେଇ, କ୍ଷୀରୋଦ ହୋତା, ଯୁଗଳ ବେହେରା, ଜ୍ୟୋତିରଞ୍ଜନ ମିଶ୍ର ପ୍ରମୁଖ ସହଯୋଗ କରିବେ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-16.jpg)


