440 କିଲୋୱାଟ ଲାଇନ୍ ସଂସ୍ପର୍ଷ ରେ ଆସି ନାବାଳକ ଠିକା ଶ୍ରମିକର ମୃତ୍ୟୁ
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ଜଣେ ନା ବାଳକ ଠିକା ଶ୍ରମିକ ମୃତ। ସୂଚନା ଅନୁଯାୟୀ ବଡ଼ବିଲ ଥାନା ଅନ୍ତର୍ଗତ ବାର ନମ୍ୱର୍ ୱାର୍ଡ ର ଜୈନିକ ବ୍ୟକ୍ତି ଙ୍କ ଘରେ ଅବୈଧ ଭାବେ ଜଣେ ନାବାଳକ ଯୁବକକୁ କାର୍ଯ୍ୟ କରାଉଥିଲେ । ବଡ଼ବିଲ ଅଞ୍ଚଳର ସହଦେବ ଦାସ୍ ନାମକ ବ୍ୟକ୍ତି ଉକ୍ତ ନାବାଳକ ଯୁବକକୁ ଉକ୍ତ ଘରେ ଅବୈଧ ଭାବେ କାର୍ଯ୍ୟରେ ନିୟୋଜିତ କରିଥଲେ। ଉକ୍ତ ବ୍ୟକ୍ତିଙ୍କ ଘର ଉପରଦେଇ ଯାଇଥିବା 440kw ଲାଇନ୍ ତାର ସଂସ୍ପର୍ଶରେ ଆସି ଉକ୍ତ ନାବାଳକ ଯୁବକର ମୃତ୍ୟୁ ହୋଇଥିବା ନେଇ ସୂଚନା। ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାର ଉକ୍ତ ଯୁବକ କୁ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।ଖବର ପାଇ ବଡ଼ବିଲ ପୋଲିସ୍ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-16.jpg)


