ଭୂବନେଶ୍ୱର, ୦୨/୧୧ : ବିଜେଡିରୁ ଇସ୍ତଫା ଦେଇଥିବା ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଆସନ୍ତା ୬ ତାରିଖରେ ବିଜେପିରେ ସାମିଲ ହେବେ । ଏହି ଦିନ ପୂର୍ବାହ୍ନରେ ବିଜେପି ରାଜ୍ୟ ମୁଖ୍ୟାଳୟରେ ସୁନନ୍ଦା ପଦ୍ମ ଧରିବେ । ବିଜେଡି ଛାଡିବା ପରେ ସୁନନ୍ଦା ଦାସ ବିଜେଡି ଦଳ ଭିତର ଅନେକ ଗୁମର ଖୋଲିଥିଲେ । ସୂଚନାଯୋଗ୍ୟ, ସୁନନ୍ଦା ଦାସ ୨୦୧୯ରୁ ୨୦୨୪ ପର୍ୟ୍ୟପନ୍ତ ବରୀର ବିଧାୟିକା ଥିଲେ ।
କିନ୍ତୁ ୨୦୨୪ରେ ଦଳ ତାଙ୍କୁ ଟିକେଟ୍ ଦେଇ ନ ଥିଲା । ତାଙ୍କ ବଦଳରେ ବିଜେପି ଛାଡି ଯୋଗ ଦେଇଥିବା ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ଟିକେଟ୍ ଦଳ ଟିକେଟ୍ ଦେଇଥିଲା । ଆଉ ବିଶ୍ୱରଞ୍ଜନ ବିଜୟୀ ମଧ୍ୟ ହୋଇଥିଲେ । ତେବେ ଗତ ୫ ମାସ ହେବ ତାଙ୍କୁ ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ କରିଥିଲେ ସୁନନ୍ଦା ଦାସ ।ଦଳର ଏତାଦୃଶ୍ୟ ତାଙ୍କୁ ମର୍ମାହତ କରିଥିଲା। ତେଣୁ ସେ ବିଜେଡିରୁ ଇସ୍ତଫା ଦେଇଥିଲେ ।୨୦୧୯ ନିର୍ବାଚନରେ ସୁନନ୍ଦାଙ୍କଠାରୁ ସେ ସମୟରେ ବିଜେପିର ପ୍ରାର୍ଥୀ ଥିବା ବିଶ୍ୱରଞ୍ଜନ ମଲ୍ଲିକ ୪ ହଜାର ଭୋଟରେ ହାରିଥିଲେ । ତଥାପି ୨୦୨୪ରେ ଦଳ ତାଙ୍କୁ ଆଉ ଭରସା କରି ନ ଥିଲା । ବିଜେଡିରେ ସୁନନ୍ଦା ନିଜକୁ ଅସହଜ ମଣିଥିଲେ । ଆଉ ଆଜି ସେ ନିଜ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଠିକ୍ ସେହି ସମୟରେ ଇସ୍ତଫା ଦେଇଛନ୍ତି ଯେଉଁ ଦିନ ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ କହିଥିଲେ ଯେ, ଆଜି ନିର୍ବାଚନ ହେଲେ ବିଜେଡି ୧୪୦ ଆସନରେ ବିଜୟୀ ହେବ ।



