ଭିଜିଲାନ୍ସ ଜାଲରେ ଇଡକୋ ଜୁନିଅର ମ୍ୟାନେଜର
ଭୁବନେଶ୍ବର, ୦୬/୧୧:ଭିଜିଲାନ୍ସ ଜାଲରେ ଇଡକୋ ଜୁନିଅର ମ୍ୟାନେଜର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡକୋ ଜୁନିଅର ମ୍ୟାନେଜର ବିଜୟ କୁମାର ଉଦୟସିଂହଙ୍କ ବାସଭବନ ଉପରେ ସମେତ ଖୋର୍ଦ୍ଧା ଓ ପୁରୀର ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ। ଭୁବନେଶ୍ବର ସ୍ଥିତ ଇଡକୋ ଅଫିସରେ ମଧ୍ୟ ଚଢାଉ ଚାଲିଛି। ଭୁବନେଶ୍ବର ରାଜରାଣୀ ମଉଜାରେ ଥିବା ଆବାସିକ ଘର, ପୁରୀ ବାଲୁଖଣ୍ଡା ମଉଜାରେ ଥିବା ଫ୍ଲାଟ, ଖୋର୍ଦ୍ଧା ଜଙ୍କିଆରେ ଥିବା ପୈତୃକ ଘର ଓ କ୍ରସର ୟୁନିଟ୍ ଏବଂ ଭୁବନେଶ୍ବରର ସାମନ୍ତରାପୁର ସ୍ଥିତ ସମ୍ପର୍କୀୟଙ୍କ ଘରେ ଚଢ଼ାଉ ଚାଲିଛି। ଏଯାଏଁ ଅଧିକାରୀଙ୍କ ଘରୁ ପୁଳା ପୁଳା ସୁନା ଓ ଟଙ୍କା ମିଳିଲାଣି।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-16.jpg)